ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ର ମୃତ୍ୟୁ

ଭୁବନେଶ୍ୱର: ଆଜି ସନ୍ଧ୍ୟା ବେଳେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଏକ ମାତ୍ର ଆଫ୍ରିକୀୟ ସିଂହୀ ‘ବିନି’ର ବାର୍ଦ୍ଧକ୍ୟଜନିତ କାରଣରୁ ମୃତ୍ୟୁ ହୋଇଛି। ଫଳରେ ନନ୍ଦନକାନନରୁ ଆଫ୍ରିକୀୟ ସିଂହ ବଂଶ ଲୋପ ପାଇଛି । ବିନିକୁ ୧୭ ବର୍ଷ ବୟସ ହୋଇଥିଲା। ତାକୁ ଗତ ୨୦୧୫ ମସିହାରେ ୮ ବର୍ଷର ହୋଇଥିବାବେଳେ ଇସ୍ରାଏଲର ତେଲଆଭିଭରୁ ଅନ୍ୟ ୩ଟି ସିଂହଙ୍କ ସହିତ ନନ୍ଦନକାନନକୁ ଅଣାଯାଇଥିଲା। ଏବେ ନନ୍ଦନକାନନରେ ଆଫ୍ରିକୀୟ ଓ ଏସୀୟ ସିଂହକୁ ମିଶାଇ ମୋଟ ୨୧ଟି ସିଂହ ରହିଛନ୍ତି।

Spread the love