ଓଠ ଗୋଲାପୀ ରହିବା ପାଇଁ ଆପଣାନ୍ତୁ ଘରୋଇ ଟିପ୍ସ

ବହୁ କମ୍‌ ମହିଳା ଅଛନ୍ତି ଯେଉଁମାନଙ୍କ ଓଠ ସାଧାରଣତଃ କଳା ହୋଇଥାଏ,କିନ୍ତୁ କେତେକ କାରଣ ପାଇଁ ମଧ୍ୟ ଅନେକ ମହିଳାଙ୍କ ଓଠ କଳା ପଡ଼ିଯାଇଥାଏ। ଏଠାରେ ଆପଣଙ୍କୁ କେତୋଟି ଘରୋଇ ଟିପ୍ସ ଦେଉଛୁ ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଓଠ କଳାରଙ୍ଗରୁ ଧୀରେ ଧୀରେ ଗୋଲାପୀ ହେବାକୁ ଲାଗିବ । ଏହାକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କର କୌଣସି ସାଇଡ୍‌ ଇଫେକ୍ଟ ମଧ୍ୟ ହେବନାହିଁ।ଆସନ୍ତୁ ଜାଣିବା –

ଲେମ୍ବୁ : ଲେମ୍ବୁରେ  ବ୍ଲିଚିଂ ଗୁଣ ରହିଛି ଯାହା ଦ୍ୱାରା ଓଠରେ ଥିବା କଳାଦାଗକୁ ଦୂରକରିବାରେ ସାହାଯ୍ୟ କରିଥାଏ। ଭଲ ହେବ ରାତିରେ ଶୋଇବା ପୂର୍ବରୁ ଦୁଇବୁନ୍ଦା ଲେମ୍ବୁରସ ୨ମାସ ପର୍ଯ୍ୟନ୍ତ ବ୍ୟବହାର କରିବା ଦ୍ୱାରା ଓଠର ରଙ୍ଗ ପରିବର୍ତ୍ତନ ହୋଇଥାଏ।

ଗୋଲାପଜଳ : ଗୋଲାପଜଳ ବ୍ୟବହାର କରିବା ଦ୍ୱାରାଓଠରେ ଥଣ୍ଡା ଅନୁଭବ ହୁଏ, ଯାହା ମଶ୍ଚରାଇଜର ପରି କାମ କରିଥାଏ। ଗୋଲାପଜଳରେ କେଇବୁନ୍ଦା ମହୁ ମିଶାଇ ଲଗାଇବା ଦ୍ୱାରା ଓଠର କଳାଦାଗ ଦୂର ହୋଇଥାଏ।

ଚିନି : ଓଠରେ ଚିନି ବ୍ୟବହାର କରିବା ଦ୍ୱାରା ଏହା ସ୍କ୍ରବ୍‌ ପରି କାମ କରିଥାଏ। ଫଳରେ ଡେଡ୍‌ ସ୍କିନ୍‌ ଦୂର ହୋଇଥାଏ। ଅଳ୍ପ ଚିନିକୁ ନେଇ ମିକ୍ସଚରରେ ଗ୍ରାଇଣ୍ଡକରି ଦିଅନ୍ତୁ। ଏହି ମିକ୍ସ ହୋଇଥିବା ଚିନିରେ ଅଳ୍ପ ଲହୁଣି ମିଶାଇ ଓଠରେ ଲଗାଇଲେ ଓଠ ମୁଲାୟମ ହେବା ସହ ସଫା ମଧ୍ୟ ହୋଇଥାଏ।

ଡାଳିମ୍ବ : ଡାଳିମ୍ବରସ ଓଠରେ ଲଗାଇବା ଦ୍ୱାରା ଏହା ମଶ୍ଚରାଇଜର ପରି କାମ କରିଥାଏ। ଏହା ଓଠକୁ ସଫ୍ଟ କରିବା ସହ ଗୋଲାପୀ ରଙ୍ଗ କରିବାରେ ମଧ୍ୟ ସାହାଯ୍ୟ କରେ। ଡାଳିମ୍ବର କେତୋଟି ଦାନାକୁ ଗ୍ରାଇଣ୍ଡ କରି ସେଥିରୁ ରସ ବାହାର କରିଦିଅନ୍ତୁ। ଏବେ ସେହି ରସରେ କ୍ଷୀର ଓ ଗୋଲାପଜଳ ମିଶାଇ ହାତରେ ହାଲ୍‌କା ଭାବେ ଲଗାଇବା ଦ୍ୱାରା ଏହାର ଫାଇଦା ଆପଣଙ୍କ ଜଲ୍‌ଦି ମିଳିବ।

ବିଟ୍‌ : ବିଟ୍‌ରେ ନାଚୁରାଲ ବ୍ଲିଚ୍‌ ଗୁଣ ରହିଛି। ଏହା ଓଠର କଳାପଣ ଦୂରକରିବାରେ ସାହାଯ୍ୟ କରିଥାଏ। ଏଥିସହ ବିଟ୍‌ ନାଚୁରାଲ୍‌ ରଙ୍ଗ ଓଠକୁ ଗୋଲାପୀ କରିବାରେ ସାହାଯ୍ୟ କରେ। ବିଟ୍‌ର ରସ କିମ୍ବା ପେଷ୍ଟ ରାତିରେ ଶୋଇବା ପୂର୍ବରୁ ଲଗାଇ ଶୋଇପଡ଼ନ୍ତୁ। ରାତି ସାରା ଏମିତି ରଖିବା ପରେ ତାକୁ ସକାଳେ ଓଠକୁ ଭଲଭାବେ ଧୋଇଦିଅନ୍ତୁ।

Spread the love