ଲିପ୍ସ କ୍ୟାନ୍‌ସର କାରଣ ଓ ନିରାକରଣ

ସାରା ବିଶ୍ୱକୁ କବଳିତ କରୁଛି କ୍ୟାନ୍‌ସର । ସମୟକ୍ରମେ ଏହି ରୋଗ ସାଧାରଣ ରୋଗ ଭଳି ସମସ୍ତଙ୍କ  କ୍ଷେତ୍ରରେ ଦେଖାଗଲାଣି । କ୍ୟାନ୍‌ସର ବା କର୍କଟ ରୋଗ ଏକ ମାରାତ୍ମକ ରୋଗ। ପ୍ରାରମ୍ଭିକ ସ୍ଥିତିରେ ଏହାର ନିରାକରଣ ସମ୍ଭବପର ହୋଇଥିଲେ ମଧ୍ୟ ରୋଗ ବଢିଗଲେ ଏହାର ନିଦାନ ଅନେକ କ୍ଷେତ୍ରରେ ସମ୍ଭବ ହୋଇ ନ ଥାଏ ଓ ପୀଡିତ ମୃତ୍ୟୁ ବରଣ କରିଥାଏ।

କ୍ୟାନସର୍‌ ବିଭିନ୍ନ ପ୍ରକାରର ରହିଛି। କ୍ୟାନସର୍‌ ଶରୀରର ଯେ କୌଣସି ଭାଗରେ ହୋଇପାରେ।  ଓରାଲ ସେକ୍ସ ବା ଚୁମ୍ବନ   ଓଠ କ୍ୟାନସରର ମୁଖ୍ୟ କାରଣ ହୋଇଥାଏ । ସୋସିଆଲ ମିଡିଆ ହେଉ କିମ୍ବା ଫିଲ୍ମ ସବୁଠାରେ ଓଠ ଚୁମ୍ବନର ଦୃଶ୍ୟ କମନ ହୋଇଗଲାଣି । ତାହାକୁ ଅନୁସରଣ କରି ଯୁବପିଢୀମାନେ ନିଜ ପାର୍ଟନର ସହିତ ସେମିତି କରୁଛନ୍ତି । ଏହା ଫଳରେ  ଓଠ କ୍ୟାନ୍‌ସର ବହୁଳ ମାତ୍ରାରେ ଦେଖିବାକୁ ମିଳୁଛି ।

ଲିପ୍ସ କ୍ୟାନସର୍‌ ହେବାର କାରଣ

  • ତମାଖୁ, ସିଗାରେଟ୍‌ ଏବଂ ଗୁଟ୍‌ଖା ଖାଉଥିବା ଲୋକ ଏହି ରୋଗରେ ପୀଡିତ ହେବାର ଆଶଙ୍କା ଅଧିକ। ଓରାଲ୍‌ ସେକ୍ସ ଦ୍ୱାରା ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଅଧିକ ରହିଥାଏ। ସୂର୍ଯ୍ୟ କିରଣରେ ଅଧିକ ସମୟ ରହିଲେ ମଧ୍ୟ ଓଠ କ୍ୟାନସର୍‌ ହେବାର ଆଶଙ୍କା ଥାଏ।

ଲିପ୍ସ  କ୍ୟାନସର୍‌ର ଲକ୍ଷଣ 

1- ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଖାଇବା ପିଇବାରେ ସମସ୍ୟା ଦେଖା ଯାଇଥାଏ

2- ରୋଗ ବଢିଲେ ଦାନ୍ତ ଢିଲା ହେବାକୁ ଲାଗିଥାଏ

3- ଓଠରେ ଦରଜ ଏବଂ ଯନ୍ତ୍ରଣା ଅନୁଭବ ହୁଏ

4- ଓଠରୁ ରକ୍ତ ବାହାରିଥାଏ

5- ଓଠ ଲାଲ୍‌ ପଡ଼ିବା ସହ ଚର୍ମ ଛାଡ଼ିବା ଆରମ୍ଭ କରେ

6- ଗଳା ଏବଂ ମୁହଁ ଦରଜ ହୁଏ

7- କଣ୍ଠସ୍ୱର ପରିବର୍ତ୍ତନ ହୁଏ

ନିରାକରଣ

1- ମଦ୍ୟପାନ କରୁଥିଲେ ଏହାକୁ ଧୀରେ ଧୀରେ କମାଇବାକୁ ଚଷ୍ଟା କରନ୍ତୁ

2- ଗୁଟ୍‌ଖା, ସିଗାରେଟ୍‌ ଆଦିର ସେବନ କରନ୍ତୁ ନାହିଁ

3- ଯଥାସମ୍ଭବ ନିଜ ଖାଦ୍ୟରେ ପନିପରିବା ଓ ଫଳମୂଳକୁ ସାମିଲ କରନ୍ତୁ

Spread the love