୨୦ ଜିଲ୍ଲାରେ ସକାଳ ସଂଧ୍ୟା ୬ଟା, ୧୦ ଜିଲ୍ଲାରେ ଦିନ ୨ଟା ଯାଏଁ ଦୋକାନ ବଜାର ଖୋଲା

ଆସିଲା ଜୁଲାଇ ଗାଇଡ୍‌ଲାଇନ୍ । ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିଛି । ୧୬ ଜୁଲାଇ ପର୍ଯ୍ୟନ୍ତ ରାଜ୍ୟରେ ଆଂଶିକ ଲକ୍‌ଡାଉନ୍ ଜାରି ରହିବ । କିନ୍ତୁ ମାନିବାକୁ ପଡିବ କରୋନା କଟକଣା । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲ୍ଲାରେ ୧ ଜୁଲାଇ ସକାଳ ୫ଟାରୁ ୧୬ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ରାଜ୍ୟର ୩୦ ଜିଲ୍ଲାକୁ ଦୁଇଟି କାଟେଗୋରୀ ଯଥା ଏ ଏବଂ ବି ରେ ବିଭକ୍ତ କରାଯାଇଛି । କାଟେଗୋରୀ ଏରେ ରହିଛି ୨୦ଟି ଜିଲ୍ଲା । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ଜିଲ୍ଲାଗୁଜିକରେ ସପ୍ତାହାନ୍ତ ସଟ୍ ଡାଉନ୍ ରହିବନି । ବସ୍ ଚଳାଚଳ ଏବଂ ଇନଡୋର ଆଉଟଡୋର୍ ସୁଟିଂକୁ ମଧ୍ୟ ଏହିସହୁ ଜିଲ୍ଲାରେ ଅନୁମତି ମିଳିଛି ।

ସେହିଭଳି କାଟେଗୋରୀ ବିରେ ୧୦ଟି ଜିଲ୍ଲା ରହିଛି । ଏହି କାଟେଗୋରୀରେ ଥିବା ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ ।

Spread the love