କ୍ୟାବିନେଟ୍‌ରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି, ରାଜ୍ୟରୁ ସମ୍ପୂର୍ଣ୍ଣ ହଟିଲା ଲକ୍‌ଡାଉନ୍‌

ହାଇଦ୍ରାବାଦ ୧୯/୬: ଦେଶର ପ୍ରଥମ ରାଜ୍ୟ ଭାବେ ତେଲେଙ୍ଗାନରେ ହଟିଲା ଲକ୍‌ଡାଉନ୍‌। କରୋନା ସଂକ୍ରମଣ ହ୍ରାସକୁ ନଜରରେ ରଖି ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।  କରୋନାର ଦ୍ବିତୀୟ ଲହରରେ ଲାଗୁ ହୋଇଥିବା ସମସ୍ତ ପ୍ରକାର କଟକଣା ସମାପ୍ତ କରିବାକୁ ତେଲେଙ୍ଗାନା ସରକାର ଘୋଷଣା କରିଥିବା ଜଣାପଡ଼ିଛି।

ରାଜ୍ୟ କ୍ୟାବିନେଟରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ ଡାକ୍ତରମାନଙ୍କ କରୋନା ତଥ୍ୟକୁ ବିଶ୍ଳେଷଣ କରାଯାଇ ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ଆୟତ୍ତକୁ ଆସିଥିବା ସ୍ପଷ୍ଟ ହେବା ପରେ ଲକଡାଉନ୍‌ ହଟାଇବା ନେଇ ନିଷ୍ପତ୍ତି ହୋଇଥିବା ସିଏମଓ ପକ୍ଷରୁ ସୂଚନା ଦିଆଯାଇଛି।

କରୋନାରେ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରେ ତେଲେଙ୍ଗାନା ଆସିଥିଲା। ହେଲେ ରାଜ୍ୟରେ ଲଗାତାର ସଂକ୍ରମଣ କମୁଥିବା ବେଳେ ଶୁକ୍ରବାର ରାଜ୍ୟରେ ସଂକ୍ରମଣ ହାର ୧.୧୪ ପ୍ରତିଶତ ଥିଲା। ୨୪ ଘଣ୍ଟାରେ ୧୪୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କ ଜୀବନ ନେଇଛି କରୋନା।

ପୂର୍ବରୁ ଜୁନ୍‌ ୯ରେ କେ ଚନ୍ଦ୍ରଶେଖର ରାଓଙ୍କ ସରକାର ୧୦ ଦିନ ପାଇଁ ଲକ୍‌ଡାଉନ୍‌ ଅବଧି ବଢ଼ାଇଥିଲେ। ଶନିବାର ଏହି ଅବଧି ସମାପ୍ତ ହୋଇଛି। ରିବିବାରଠୁ ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ହଟିବ ବୋଲି ଘୋଷଣା କରିଛନ୍ତି ସରକାର।

Spread the love