ପୁଣି ମହାରାଷ୍ଟ୍ରରେ ୧୫ ଜୁନ୍‌ ଯାଏଁ ଲକ୍‌ଡାଉନ୍‌

ମୁମ୍ବାଇ ୩୦/୫: କରୋନା ପ୍ରକୋପ ଧିରେଧିରେ କମୁଥିଲେ ମଧ୍ୟ ନିୟମରେ କୋହଳ ବରାଦାସ୍ତ କରାଯିବ ନାହିଁ। ଲୋକଙ୍କ ଜୀବନ ଜୀବିକାକୁ ଧ୍ୟାନରେ ରଖି ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏବେ ବିଭିନ୍ନ ରାଜ୍ୟରେ କରୋନା କଟକଣା ବଢ଼ିଛି। ଓଡ଼ିଶାରେ ୧୭ ଜୁନ୍‌ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୁଞ୍ଚିଥିବା ବେଳେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟ କର୍ଫ୍ୟୁ ଅବଧି ବଢ଼ାଇଛନ୍ତି। ମହାରାଷ୍ଟ୍ରରେ ପୁଣି ଥରେ ଲକ୍‌ଡାଉନ୍‌ ଅବଧି ୧୫ ଜୁନ୍‌ ଯାଏ ବଢ଼ାଇଦେଇଛନ୍ତି ଉଦ୍ଧବ ଠାକରେଙ୍କ ସରକାର।

କିନ୍ତୁ ଲୋକଙ୍କ ହିତକୁ ନଜରରେ ରଖି ଏଥିରେ କିଛି କୋହଳ କରାଯାଇଛି। ସରକାରଙ୍କ ପକ୍ଷରୁ ରବିବାର ଜାରି ନୂଆ ଗାଇଡ୍‌ଲାଇନ ଅନୁସାରେ ୭-୧୧ ପରିବେର୍ତ୍ତ ଏବେ ଆବଶ୍ୟକୀୟ ଦୋକାନ ସବୁ ସକାଳ ୭ରୁ ଦିନ ୨ଟା ଯାଏଁ ଖୋଲିବ। ସମସ୍ତ ସରକାରୀ ଅଫିସ୍‌ ୨୫ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବ। ଏହା ସହ କୃଷି ସହ ଜଡ଼ିତ ଦୋକାନ ସପ୍ତାହାନ୍ତରେ ଦିନ ୨ ଯାଏ ଖୋଲିପାରିବ।

ରାଜ୍ୟରେ ଏବେ କରୋନା ସଂକ୍ରମଣ କମିଛି। କିନ୍ତୁ ଗତବର୍ଷ ତୁଳନାରେ ଏବେର ସଂକ୍ରମଣ ଅଧିକ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି।  ଗତବର୍ଷ ତୁଳନାରେ ଚଳିତବର୍ଷ କରୋନା ଅଧିକ ସଂକ୍ରାମକ। ନୂଆ ନୂଆ ଭାରିଏଣ୍ଟ ଘାତକ ସୃଷ୍ଟି କରିଛି। ଲୋକେ ବିଳମ୍ବରେ ସୁସ୍ଥ ହେଉଛନ୍ତି। ଏହା ବ୍ୟତୀତ ଅନ୍ୟ ଏକ ରାକ୍ଷସ ବ୍ଲାକ୍‌ ଫଙ୍ଗସ୍‌ ମଧ୍ୟ କାୟା ମେଲାଇଛି । ଏପରିକି ଏବେ ରାଜ୍ୟରେ ୩୦୦୦ ରୋଗୀ ଚିକିତ୍ସିତ ହେଉଛନ୍ତି ବୋଲି ଠାକରେ କହିଛନ୍ତି।

Spread the love