ଲକଡାଉନ ଲିରିକ୍ସ’ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ଲିରିକ୍ସ ପୁସ୍ତକର ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଞ୍ଜୁକ୍ତା ଦାଶଙ୍କ ଦ୍ୱାରା ଲିଖିତ ଏହି ପୁସ୍ତକରେ ପଦ୍ୟ ସଙ୍କଳନ ରହିଛି । କରୋନା ମହାମାରୀ ସମୟରେ ହୋଇଥିବା ସମସ୍ୟା ଓ ସ୍ୱାସ୍ଥ୍ୟ ସଙ୍କଟକୁ ଏହି ପଦ୍ୟରେ ନିଜର ଭାଷା ଦେଇଛନ୍ତି ସଞ୍ଜୁକ୍ତା । କରୋନା ମହାମାରୀ ମହାସଙ୍କଟ ମଧ୍ୟରେ ଲୋକମାନେ ଅଣ୍ଟା ସଳଖି ମୁକାବିଲା କରି ପୁଣିଥରେ ଜୀବନ ବଞ୍ଚିବାର ସ୍ଥିତିକୁ ନିଜ ପଦ୍ୟ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଞ୍ଚାଇବା ପାଇଁ ଚେଷ୍ଟା କରିଛନ୍ତି ଲେଖିକା ଏବଂ ଇଂରାଜୀ ଲିଟେରଚରରେ ପ୍ରଥମ କରି ସେ ଲକଡାଉନ ଲିରିକ୍ସ ଲେଖିଛନ୍ତି । ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁସ୍ତକ ଉନ୍ମୋଚନ କରିବା ସହିତ ଶ୍ରୀମତି ଦାଶଙ୍କ ଏପରି ସର୍ଜନାତ୍ମକ ଚିନ୍ତାଧାରା ପାଇଁ ପ୍ରଶଂସା କରିଛନ୍ତି । ଶ୍ରୀମତି ଦାଶ ଜଣେ ପରିଚିତ ଓ ଜ୍ଞାନୀ ସାହିତ୍ୟିକ । ଅନ୍ତସ୍ୱର, ଅମୃତ ଅନ୍ୱେଶ ଓ ଅପେକ୍ଷାରେ ଏବେବି ଭଲି ଓଡିଆ ବହି ତାଙ୍କର ରଚନା ।

Spread the love