ଅନ୍ତିମ ବିକଳ୍ପ ହେଉ ଲକଡାଉନ, ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦିଆଯାଉ : ମୋଦୀ

ଦେଶରେ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ । କରୋନା ମୁକାବିଲା ପାଇଁ ରାଜ୍ୟମାନେ କଲଡାଉନ ଅପେକ୍ଷା ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ।

“ଆମକୁ ଦେଶକୁ ପୁଣି ଥରେ ଲକଡାଉନରୁ ବଞ୍ଚାଇବାକୁ ପଡ଼ିବ ।  କାରଣ ଆମକୁ କରୋନା ମୁକାବିଲା ସହ ଅର୍ଥନୀତିକୁ ମଧ୍ୟ ସୁଧାରିବାକୁ ପଡ଼ିବ । ମୁଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରିବି ଯେ ସେମାନେ ଲକଡାଉନକୁ ଅନ୍ତିମ ଅସ୍ତ୍ରଭାବେ ଉପଯୋଗ କରନ୍ତୁ । ଲକଡାଉନ ନ କରି ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ରାଜ୍ୟ ସରକାରମାନେ ଗୁରୁତ୍ବ ଦିଅନ୍ତୁ” ଦେଶବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ।

ସେ କହିଛନ୍ତି ଯେ ଆମକୁ କରୋନା ମୁକାବିଲା ସହ ଲୋକମାନଙ୍କ ଜୀବନ ଜୀବିକାକୁ ମଧ୍ୟ ବଞ୍ଚାଇବାକୁ ପଡ଼ିବ । ପ୍ରବାସୀ ଶ୍ରମିକମାନେ ଯେଉଁ ରାଜ୍ୟରେ କାମ କରୁଛନ୍ତି ସେମାନେ ସେଠାରେ ରହନ୍ତୁ । ରାଜ୍ୟ ସରକାରମାନେ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ସହାୟତା କରନ୍ତୁ । ପ୍ରବାସୀ ଶ୍ରମିକମାନେ ଯେଉଁଠାରେ କାମ କରୁଛନ୍ତି ସେଠାରେ ସେମାନଙ୍କୁ ଟିକା ଦିଆଯିବ ।

ସରକାରଙ୍କ ଲକ୍ଷ୍ୟ ହେଉଛି ଜୀବନ ବଞ୍ଚାଇବା ସହ ଅର୍ଥନୀତିକୁ ମଧ୍ୟ ଯଥାସମ୍ଭବ କମ ହାନୀ ପହଞ୍ଚାଇବା ବୋଲି ମୋଦୀ କହିଛନ୍ତି । ଭାରତ ଏବେ ବିଶ୍ବର ବୃହତ୍ତମ ଟିକା ଉତ୍ପାଦନକାରୀ ଦେଶ ଓ ଏଠାରେ ବିଶ୍ବର ଶସ୍ତା ଟିକା ପ୍ରସ୍ତୁତ ହେଉଛି । ଏଣିକି ଦେଶରେ ଉତ୍ପାଦିତ ଟିକାର ଅଧା ରାଜ୍ୟ ସରକାର ଓ ହସପିଟାଲମାନେ କିଣିପାରିବେ । ତେବେ ସରକାରୀ ହସପିଟାଲରେ ପୂର୍ବପରି ମାଗଣାରେ ଟିକା ଦିଆଯିବ ।

Spread the love