ରାଜସ୍ଥାନରେ ଖାତା ଖୋଲିନି କଂଗ୍ରେସ !

ଲୋକସଭା ନିର୍ବାଚନ 2019ର ଭୋଟ ଗଣତି ଚାଲିଥିବା ବେଳେ ରାଜସ୍ଥାନରେ କଂଗ୍ରେସ ଏପର୍ଯ୍ୟନ୍ତ ଖାତା ଖୋଲି ନଥିବା ସୂଚନା ମିଳିଛି । ରାଜ୍ୟରେ 25ଟି ଆସନରେ ମତଦାନ ହୋଇଥିଲା। ଏକଜିଟ୍ ପୋଲ ଅନୁଯାୟୀ, 25ଟି ଆସନରୁ ବିଜେପି 23 ଟି ଆସନ ହାସଲ କରିବ ବୋଲି ପୂର୍ବାନୁମାନ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ହୋଇଥିବା ଭୋଟ ଗଣତିରେ ଏକଜିଟ୍ ପୋଲର ଫଳାଫଳ ସତ ହେବାକୁ ଯାଉଥିବା ଜଣାପଡୁଛି । ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନରେ 24ଟି ଆସନ​‌ରେ ବିଜେପି ଆଗରେ ରହିଥିବା ବେଳେ ଗୋଟିଏ ଆସନରେ ଅନ୍ୟାନ୍ୟ ଦଳ ରହିଛି । ଗତବର୍ଷ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ସରକାର ଗଢିଥିଲେ ହେଁ ଲୋକସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ଦଳକୁ ଶକ୍ତ ଧକ୍କା ଦେଇଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତଙ୍କ ଯାଦୁ ଫିକା ପଡୁଥିବା ଦେଖିବାକୁ ମିଳିଛି ।

Spread the love