କୁମ୍ଭାରୀ ଗାଁରେ ଲୋକ କଳା ଉତ୍ସବ, ଢେମସା ନୃତ୍ୟରେ ଝୁମିଲେ ଦର୍ଶକ

ସଇଁନ୍ତଲା, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁମ୍ଭାରୀ ସ୍ଥିତ ସ୍ଥାନୀୟ ଖେଳ ପଡିଆ ଠାରେ ଜୟ ଜଗନ୍ନାଥ କଳା ପରିଷଦ ଆନୁକୂଲ୍ୟରେ 3ୟ ବର୍ଷ ଲୋକ କଳା ଉତ୍ସବ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଗାଁର ଶତାଧିକ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ
ମଶାଳ ଯାତ୍ରା ରେ ସାମିଲ ହୋଇ ଥିଲେ l ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ l ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,
ସ୍ଥାନୀୟ ସରପଞ୍ଚ ଶୈଳେନ୍ଦ୍ରି ମହାନନ୍ଦ,କରମତଲା ସରପଞ୍ଚ ତିଲୋତ୍ତମା ବାଗ,ସମିତି ସଭ୍ୟା ସରୋଜିନି ବିଭାର,ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ ଭୋଇ,ପୂର୍ବତନ ସରପଞ୍ଚ ବିଜୟ ସାହୁ,ଡ଼ା. ବିଶ୍ୱଜିତ ମିଶ୍ର,ଶିକ୍ଷକ ନାରାୟଣ ଜାଲ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କଳା କାର ଅନେକ ସଂଘର୍ଷ କରି ସଫଳତା ହାସଲ କରେ ତେବେ ସବୁ ବେଳେ କରକାର ଭାଇ ଚାରା ରଖିବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ ମତବ୍ୟକ୍ତ ଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ପୁରୁଷୋତ୍ତମ ଦାସ ଓ ରାଜେନ୍ଦ୍ର ଖମାରୀ ମଞ୍ଚ ପରିଚାଲନା କରିଥିଲେ l ଅଂଚଳରେ
ସଚ୍ଚୋଟ,ନିଷ୍ଠାବାନ,ନିରପେକ୍ଷ,ନ୍ୟାୟଯୁକ୍ତ ଓ ସତ୍ୟବାଦୀ ସାମ୍ବାଦିକ ଭାବରେ ଅଂଚଳରେ ଭାବମୂର୍ତ୍ତି କୁ ବଜାୟ ରଖୁ ଥିବା ଓ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବରେ ଅନେକ ଝଡ଼ ଝଞ୍ଜା କୁ ଅତିକ୍ରାନ୍ତ କରି ଅନ୍ୟାୟ ,ଅତ୍ୟାଚାର,ଦୁର୍ନୀତି,ବ୍ୟଭିଚାର,ହତ୍ୟା,ଲୁଣ୍ଠନ,ଦୁଷ୍କର୍ମ,ଉତ୍କୋଚ ତଥା ଅନୈତିକ କାର୍ଯ୍ୟକଳାପ ବିରୁଦ୍ଧରେ ଶାଣିତ ସ୍ୱର ଉତ୍ତୋଳନ କରି ଅନବରତ ଭାବରେ କାଳଜୟୀ ସାମ୍ବାଦିକର ଭୂମିକା ନିର୍ବାହ କରି ଚାଲି ଥିବା ଅଂଚଳର ସାମ୍ବାଦିକ ତରୁଣ ବେହେରା, ଅବିନାଶ ନନ୍ଦ, ଆଲୋକ ସାହୁ, ଅଜିତ ସାହୁ, ନାରାୟଣ ସାହୁ, ରାମ ନାରାୟଣ ବାଗ ଭଳି ଅନେକ ସାମ୍ବାଦିକ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ମାନପତ୍ର ଓ ଓପଢ଼କଣ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା l କୋରାପୁଟ ର ଢେମସା,
ସମ୍ବଳପୁରର ସମ୍ବଳପୁରୀ କଳା କେନ୍ଦ୍ର,କଳାଯିବି ବରଗଡ଼,କୃଷ୍ଣ ପ୍ରିୟା କଳା ପରିଷଦ,ତୁଷୁରା ଘୁଡକା ନୃତ୍ୟ ପରିବେଶଣ ହୋଇଥିବା ବେଳେ କୋରାପୁଟ ର ଢେମସା ନାଚରେ ଦର୍ଶକଙ୍କ ମନ ଛୁଇଁ ଥିଲା l ଏହି କାର୍ଯ୍ୟକ୍ରମ କୁ ଜୟ ଜଗନ୍ନାଥ କଳା ପରିଷଦର ସଦସ୍ୟ ମାନେ ସହଯୋଗ କରିଥିଲେ l

Spread the love