ଲୋକାୟୁକ୍ତ ଓଡ଼ିଶାଙ୍କ ୱେବ୍‌ସାଇଟ୍‌ ଲୋକର୍ପଣ ଉତ୍ସବ

ଭୁବନେଶ୍ବର, ୨୪/୦୬: ଆଜି ଅପରାହ୍ନରେ ମାନ୍ୟବର ଲୋକାୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଲୋକାୟୁକ୍ତ, ଓଡ଼ିଶାଙ୍କ ସରକାରୀ  ‌ୱେବ୍‌ସାଇଟ୍‌ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଲୋକାୟୁକ୍ତ ଅଧ୍ୟକ୍ଷ  ନ୍ୟାୟମୂର୍ତ୍ତି ଶ୍ରୀ ଅଜିତ ସିଂହଙ୍କ ଦ୍ୱାରା ଏହି ୱେବ୍‌ସାଇଟ୍‌ ଲୋକାର୍ପିତ କରାଯାଇଥିଲା । ଉତ୍ସବରେ ଲୋକାୟୁକ୍ତ, ଓଡ଼ିଶାଙ୍କ ମାନ୍ୟବର ସଦସ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ବିଜୟ କୁମାର ନାୟକ, ଡା. ଦେବବ୍ରତ ସ୍ୱାଇଁ, ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା, ଲୋକାୟୁକ୍ତ ସଚିବ ଶ୍ରୀ ମାନସ କୁମାର ତି୍ରପାଠୀ, ଏନ୍‌ଆଇସି, ଭୁବନେଶ୍ୱରର ବୈଷୟିକ ନିର୍ଦ୍ଦେଶକ ଶ୍ରୀ ହରପ୍ରସାଦ ଦାସ, ଏନ୍‌ଆଇସି, ଭୁବନେଶ୍ୱରର ଜେନେରାଲ୍‌ ମ୍ୟାନେଜର ଶ୍ରୀ ସମ୍ବିତ କୁମାର ପାତ୍ର, ନିର୍ଦ୍ଦେଶକ, ତଦନ୍ତ ଶ୍ରୀ ତି୍ରଲୋଚନ ପ୍ରଧାନ, ନିର୍ଦ୍ଦେଶକ, ଅଭିଯୋଜନ ଶ୍ରୀ ଦେବୀଦତ୍ତ ଦାସ ମହାପାତ୍ର, ଅତିରିକ୍ତ ସଚିବ  ତ୍ରିଲୋଚନ ମାଝୀ, ବିତ୍ତ ଅଧିକାରୀ  ଶିଖା ବିଶ୍ୱାଳ, ଉପସଚିବ ବିଜୟଲକ୍ଷ୍ମୀ ଜେନା ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ  ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ଏହି  ‌ୱେବ୍‌ସାଇଟ୍‌ କାର୍ଯ୍ୟକ୍ଷମ ହେବାଦ୍ୱାରା ଜନସାଧାରଣ ଲୋକାୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟ ସମ୍ବନ୍ଧରେ ସବିଶେଷ ସୂଚନା ପାଇବା ସହ ଅଭିଯୋଗକାରୀମାନେ ତାଙ୍କ ଦ୍ୱାରା ଦାଏର କରାଯାଇଥିବା ଅଭିଯୋଗର ସ୍ଥିତାବସ୍ଥା ଏବଂ ଲୋକାୟୁକ୍ତଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଆଦେଶ ସଂପର୍କରେ ତଥ୍ୟ ପ୍ରାପ୍ତ କରିପାରିବେ । ଏତଦ୍‌ବ୍ୟତୀତ ଲୋକାୟୁକ୍ତଙ୍କ ନିକଟରେ ଦାଏର ହୋଇଥିବା ଅଭିଯୋଗ ଗୁଡ଼ିକର ଶୁଣାଣି ଜାଣିବା ସମ୍ବନ୍ଧରେ
ଅଭିଯୋକାରୀ ଏବଂ ପ୍ରତିପକ୍ଷମାନେ ତଥ୍ୟ ଜାଣିପାରିବେ । ଏହି େୱବ୍‌ସାଇଟ୍‌କୁ ଜନସଧାରଣ  http://lokayukta.odisha.gov.in ଠିକଣାରେ ବ୍ୟବହାର କରି ଆବଶ୍ୟକୀୟ ତଥ୍ୟ ପାଇପାରିବେ ।  ଏନ୍‌ଆଇସି, ଭୁବନେଶ୍ୱରଙ୍କ ଦ୍ୱାରା ଏହି େୱବ୍‌ସାଇଟ୍‌ ପ୍ରସ୍ତୁତ କରାଯାଇଛି ।

Spread the love