ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟସୀମାକୁ ବୃଦ୍ଧି କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଓଡିଶା ସରକାର ରାଜ୍ୟରେ ଲକ୍ ଡାଉନ ସମୟସୀମାକୁ ବୃଦ୍ଧି କରିବା ନିଷ୍ପତିକୁ ସମର୍ଥନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କରୋନା ମହାମାରୀର ସାମ୍ନା କରିବା ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଲକ୍ ଡାଉନ୍ ସମୟସୀମାକୁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ ଟ୍ବିଟ୍ କରି ପ୍ରକାଶ କରିଛନ୍ତି।

ଏହାସହ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, କରୋନାର ମୁକାବିଲା କରିବା ପାଇଁ ଲକ୍ ଡାଉନକୁ ଶତ ପ୍ରତିଶତ ପାଳନ କରିବା ଏବଂ ସରକାରଙ୍କ କଥା ମାନିବା। ନିଜ ଘରେ ରହିବା, ସାମାଜିକ ଦୂରତ୍ବ ବଜାୟ ରଖିବା, ମୁହଁରେ ମାସ୍କ ପିନ୍ଧିବା ଓ ନିଜକୁ ସୁରକ୍ଷିତ ରଖିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି।

Spread the love