ପିଏମ ସ୍ୱନିଧି ଯୋଜନା ଅଧୀନରେ ରାସ୍ତାଘାଟ ବିକ୍ରେତାଙ୍କୁ ସରକାର ୧୦,୦୦୦ ଟଙ୍କାର ଋଣ

ନୂଆଦିଲ୍ଳୀ: କେନ୍ଦ୍ର ସରକାର ଅନେକ ଜନ କଲ୍ୟାଣମୂଳକ ଯୋଜନା ଆରମ୍ଭ କରିଛନ୍ତି । ଏହା ଅଧୀନରେ ସମାଜର ବିଭିନ୍ନ ବର୍ଗକୁ ସମସ୍ତ ପ୍ରକାରର ସୁବିଧା ଓ ଆର୍ôଥକ ସହାୟତା ଯୋଗାଇ ଦିଆଯାଉଛି । ସେହିପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ରହିଛି, ଯେଉଁଥିରେ ଯୋଗ୍ୟ ବ୍ୟକ୍ତିମାନଙ୍କୁ ୧୦,୦୦୦ ଟଙ୍କା ଲେଖାଏଁ ପଠାଉଛନ୍ତି ସରକାର ।

 ଏହି ଟଙ୍କାକୁ ଋଣ  ଆକାରରେ ଦେଉଛନ୍ତି। ଏହି ଲୋନ୍ ପାଇଁ କୌଣସି  ଗ୍ୟାରେଣ୍ଟି ଦେବାକୁ ଆବଶ୍ୟକତା ନାହିଁ । ଯଦି ଆପଣ ଏହି ଲୋନକୁ ଠିକ୍ ସମୟରେ ପରିଶୋଧ କରନ୍ତି, ତେବେ ଆପଣଙ୍କୁ ସବସିଡିର ଫାଇଦା ମଧ୍ୟ ମିଳିବ ।

ନୂଆ ଦୋକାନୀ, ମୋଚୀ, ପାନଦୋକାନୀ, ଧୋବୀ, ପନିପରିବା ଦୋକାନୀ, ଷ୍ଟ୍ରିଟ୍ ଫୁଡ୍, ଚା ଷ୍ଟଲ୍ କିମ୍ବା ଠେଲା ଦୋକାନୀ, ରୁଟି କିମ୍ବା ଅଣ୍ଡା ବିକ୍ରେତା, ଫେରୀବାଲା, ଷ୍ଟେସନାରୀ ବିକ୍ରେତା ଏହି ଯୋଜନାର ଲାଭ ଉଠାଇ ପାରିବେ ।

ସର୍ବପ୍ରଥମେ ଲୋନ୍ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍ ନମ୍ବର ଆଧାର ସହିତ ଲିଙ୍କ୍ ହେବା ଆବଶ୍ୟକ ।
ଏହି ଲୋନ୍ କେବଳ ସେହି ଲୋକନ୍ନଙ୍କୁ ମିଳିବ, ଯେଉଁମାନେ ୨୪ ମାର୍ଚ୍ଚ ୨୦୨୦ କିମ୍ବା ପୂର୍ବରୁ ଏପରି କାର୍ଯ୍ୟରେ ନିୟୋଜିତ ଥିଲେ ।ଏହି ଲୋନର ଯୋଜନାର ଅବଧି କେବଳ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ରହିଛି, ତେଣୁ ଯେଉଁମାନଙ୍କୁ ଏହାକୁ ଆବଶ୍ୟକତା ରହିଛି ସେମାନେ ଶୀଘ୍ର ଏହାର ପ୍ରକ୍ରିୟା ଶେଷ କରିବା ଉଚିତ୍ ।
ରାସ୍ତାଘାଟ ବିକ୍ରେତାମାନେ ସହରର କିମ୍ବା ଗ୍ରାମାଞ୍ଚଳର ହୋଇଥିଲେ ବି ଲୋନ୍ ନେଇପାରିବେ । ଏହି ଲୋନର ସୁଧ ଉପରେ ସବସିଡି ମିଳୁଛି । ଏହା ସିଧା ଲୋନ୍ ନେଉଥିବା ଲୋକଙ୍କ ଆକାଉଣ୍ଟରେ ତୈମାସିକ ଆଧାରରେ ଟ୍ରାନ୍ସଫର ହୋଇଯିବ ।

ଏହି ଲୋନ୍ ବିଷୟରେ ଅଧିକ ସୂଚନା ପାଇଁ, ଆପଣ ଅଫିସିଆଲ ଲିଙ୍କ୍ pmsvanidhi.mohua.gov.inକୁ ଯାଇ ଦେଖିପାରିବେ ।

Spread the love