ବିଶ୍ୱରେ ସବୁଠୁ ଲମ୍ବା କେଶ ରଖିଥିବା ଭାରତୀୟ ଯୁବତୀ ୧୨ ବର୍ଷ ପରେ କଲେ ହେୟାର୍‌ କଟ୍‌, ଦେଖନ୍ତୁ ଭିଡିଓ

 ସବୁଠାରୁ ଲମ୍ବା କେଶ ରଖି ନିଜର ହିଁ ରେକର୍ଡ ଭାଙ୍ଗିଥିବା ଭାରତର ନିଲାଂଶୀ ପଟେଲ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ସେ ଅନ୍ୟ ଏକ କାରଣରୁ ଚର୍ଚ୍ଚାରେ ଅଛନ୍ତି। ନିଲାଂଶୀଙ୍କୁ ନେଇ ଫେସ୍‌ବୁକରେ ଶେୟାର କରାଯାଇଥିବା ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ସେ ୧୨ ବର୍ଷ ପରେ ନିଜର ଲମ୍ବା କେଶ କଟାଉଛନ୍ତି। ଏହି ଲମ୍ବା କେଶ ରଖି ନିଲାଂଶୀ ଦିନେ ବିଶ୍ୱ ରେକର୍ଡ କରିଥିଲେ, କେଶର ଲମ୍ବ ଥିଲା ୬ ଫୁଟ୍‌ ୬.୭ ଇଞ୍ଚ।ହେୟାର ହୋଇଥିବା ଭିଡିଓରେ କ୍ୟାପସନ ଲେଖାଯାଇଛି କି, ‘ଶେଷରେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିବା ନିଲାଂଶୀଙ୍କ ହେୟାରକଟ୍‌ ହେବାକୁ ଯାଉଛି। କ’ଣ ଟ୍ରାନ୍ସଫର୍ମେଶନ! ସବୁଠାରୁ ଲମ୍ବା କେଶ ଥିବା ଝିଅ ନିଲାଂଶୀ ପଟେଲ ହେୟାରକଟ୍‌ ପରେ ଏକ ବଢ଼ିଆ ଲୁକ୍‌ରେ ନଜର ଆସୁଛନ୍ତି’।୧୪ ଏପ୍ରିଲରେ ଶେୟାର କରାଯାଇଥିବା ଏହି ଭିଡିଓରେ ଏ ପର୍ଯ୍ୟନ୍ତ ୩୨,୦୦୦ରୁ ଅଧିକ ଲୋକ କମେଣ୍ଟ କରି ସାରିଲେଣି। ଜଣେ ୟୁଜର କହିଛନ୍ତି, ‘ଏଭଳି ନିଜର ଲମ୍ବା କେଶ କଟେଇବା ପାଇଁ ବହୁତ ଧୌର୍ଯ୍ୟ ଏବଂ ସାହସ ଦରକାର। ଯଦିଓ ଆପଣ ଛୋଟ କେଶରେ ବହୁତ ସୁନ୍ଦର ଦେଖାଯାଉଛନ୍ତି’। ଏମିତି କିଛିଦିନ ପୂର୍ବେ ଆମେରିକାର ଟେକ୍ସାସ୍‌ରେ ସବୁଠାରୁ ଲମ୍ବା ନଖ ରଖିଥିବା ରେକର୍ଡଧାରୀ ଆୟନା ଓ୍ଵିଲିୟମ୍ସ ୩୦ ବର୍ଷ ପରେ ନିଜ ନଖ କଟେଇଥିଲେ।

Spread the love