ବନ୍ଦ୍ ଘରୁ କଳା କନା ବୁଲାଇଲେ ଦୁର୍ବୃତ୍ତ

ଖଲ୍ଲିକୋଟ ୨୮/୧୦: ଛତ୍ରପୁର ଥାନା ଅଧିନ ୧୨ନଂ ୱାର୍ଡ ଚନ୍ଦ୍ରଶେଖର ନଗରର ଏକ ଘରୁ ଚୋରି ଘଟଣାରେ ଛତ୍ରପୁର ପୋଲିସ୍ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଚନ୍ଦ୍ରଶେଖର ନଗରରେ ଏକ ଭଡା ଘରେ ରହୁଥିବା ଗୋପୀନାଥ ଦାସ ନିଜ ଘର ତାଲା ପକାଇ ନିଜ ଗାଁକୁ ଯାଇଥିଲେ । ତେବେ ଘର ତାଲା ଭାଙ୍ଗି କିଛି ଦୁର୍ବୁତ୍ତ ଘରୁ ୩ଟି ସୁନା ମୁଦି, ଗୋଟାଏ ନେକଲେସ୍, ୨ଟି ଚେନ୍, ଗୋଟାଏ କାନଫୁଲ, ଗୋଟାଏ ରୂପା ପାଉଁଜି ଓ ୪ ହଜାର ଟଙ୍କା ଚୋରି କରିନେଇଥିଲେ ।

ଏନେଇ ଗୋପୀନାଥ ଦାସ ଛତ୍ରପୁର ଥାନାରେ ଏତଲା ଦାୟର କରିଥିଲେ । ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ସନ୍ଧାନୀ କୁକୁର ମାଧ୍ୟମରେ ଘଟଣାର ତଦନ୍ତ ଚଳାଇଛନ୍ତି । ଏନେଇ ଛତ୍ରପୁର ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତି ଚାଲିଛି ।

Spread the love