ପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ୍

ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ଲୁଟେରା ମାତିଥିବାର ଖବର ମିଳିଛି। ସୋମବାର ବିଳମ୍ବିତ ରାତିରେ ଜନୈକ ପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରି ଟଙ୍କା ଓ ସୁନାଚେନ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ପିପିଲି ଥାନା ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସୋମବାର ରାତି ପ୍ରାୟ ୧୧ଟା ବେଳେ ପିପିଲି ଥାନା ଅନ୍ତର୍ଗତ  ପୋଡଙ୍ଗ ଗାଁର ପରିବା ବ୍ୟବସାୟୀ ନିରଂଜନ ନାୟକ(୪୫)ଙ୍କୁ ହାଣି ତାଙ୍କର ସୁନା ଚେନ ଓ ନଗଦ ୪୦ହଜାର ଟଙ୍କା ଲୁଟେରାମାନେ ଲୁଟି ନେଇଥିଲେ । ଗତ ମାସକ ମଧ୍ୟରେ ୧୪ରୁ ଅଧିକ ଲୁଟ୍ ହେଲାଣି । ଗତ ସପ୍ତାହରେ ଲୁଟେରାଙ୍କ ଦୌରାତ୍ମ୍ୟ ଯୋଗୁ ପିପିଲି ଏନ ଏ ସି ର ଜଣେ ମହିଳା କର୍ମଚାରୀଙ୍କ ମୃତ୍ୟ ଘଟିଛି। କିନ୍ତୁ ଏଯାବତ୍ ପିପିଲି ଥାନା ପକ୍ଷରୁ ଲୁଟେରାଙ୍କୁ ଧରିବା ବା ସେମାନଙ୍କ ଦୌରାତ୍ମ୍ୟକୁ ପ୍ରତିହତ କରିବା ଲାଗି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

Spread the love