ଗହଣା ବ୍ୟବସାୟୀଙ୍କୁ ଭୂଜାଲି ଦେଖାଇ ୫ ଲକ୍ଷ ଟଙ୍କା ସୁନା ରୂପା ଗହଣା ଲୁଟ

ସୋର, ୧୮/୧୦: (ରଞ୍ଜିତ ମହାକୁଡ଼): ଦିନ ଦ୍ବିପହରେ ଗହଣା ବ୍ୟବସାୟୀଙ୍କ ଠାରୁ ଭୂଜାଲି ଦେଖାଇ ୫ ଲକ୍ଷ ଟଙ୍କା ସୁନା ରୂପା ଗହଣା ଲୁଟ । ବାଲେଶ୍ବର ଜିଲ୍ଲା ସୋର ଥାନା ରୁଷୋ ଗ୍ରାମର ଗହଣା ବ୍ୟବସାୟୀ ସୁଦର୍ଶନ ରଣା ଗହଣା ନେଇ ଯାଉଥିବା ସମୟରେ ମଙ୍ଗଳପୁରରୁ ଔପଦା ରାସ୍ତା ବାଘଆମ୍ପୁଡା ଯୋଗିନୀ ଛକ ଠାରେ ୬ ଜଣ ଡକାୟତ ଦୁଇଟି ବାଇକରେ ଆସି ସୁଦର୍ଶନଙ୍କ ଗାଡିକୁ ଧକା ଦେଇଥିଲେ ।

ସୁଦର୍ଶନ ତଳେ ପଡିଯିବା ପରେ ତାଙ୍କୁ ଭୁଜାଲି ଦେଖାଇ ୮୦ ଗ୍ରାମ ସୁନା ଅଳଙ୍କାର, ୪ କେଜି ରୂପା ଅଳଙ୍କାର, ୧୩ ହଜାର ଟଙ୍କା, ଦୁଇଟି ମୋବାଇଲ, ଲୁଟି ନେଇଥିଲେ।ଏନେଇ ସୁଦର୍ଶନ ସୋର ଥାନାରେ ଅଭିଯୋଗ କରିଵାପରେ  ପୋଲିସ ଛାନଭିନ ଆରମ୍ଭ କରିଛି ।

Spread the love