ଫାଙ୍କା ଗୁଳି କରି ଲୁଟିନେଲେ ଟଙ୍କା ଓ ସୁନା ଗହଣା

କଟକ କନ୍ଦରପୁର ନିକଟ ମତ୍ତଗଜପୁର ଠାରେ ଡକାୟତି ପାଇଁ ଗୁଳିମାଡ଼ । ଫାଙ୍କା ଗୁଳି କରି ବିକାଶ ପାତ୍ର ନାମକ ଜଣେ ସୁନା ବ୍ୟବସାୟୀଙ୍କ ଠାରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ସହ ୨୫ ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଖବର ପାଇ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ମିଳିଥିବା ସୂଚନା ମୁତାବକ ମତ୍ତଗଜପୁର ହାଟସାହି ବାସିନ୍ଦା ବିକାଶ ପେଶାରେ ଜଣେ ସୁନା ବ୍ୟବସାୟୀ। ଏକ ବାଇକ ଯୋଗେ ମତ୍ତଗଜପୁର ଦେଇ ବ୍ୟବସାୟ କରିବା ପାଇଁ ସ୍ଥାନୀୟ ଅଞ୍ଚଳକୁ ଯାଉଥିଲେ । ଏହି ସମୟରେ ୩ଟି ଦୁଇ ଚକିଆ ଯାନରେ ଆସିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କ ଅଟକାଇବା ସହ ୪ ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ବିକାଶଙ୍କୁ ଭୟଭିତ କରିଥିଲେ । ଏହା ପରେ ବିକାଶଙ୍କ ପାଖରେ ଥିବା ପ୍ରାୟ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ନେଇ ଫେରାର ହୋଇଯାଇଥିଲେ । ଖବର ପାଇ କନ୍ଦରପୁର ପୋଲିସ ଓ ସ୍ପେସାଲ ସ୍କାର୍ଡ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Spread the love