ପୋଲିସ ହାତରେ ଧରାପଡିଲା ହାଇୱେ ଲୁଟେରା ଗ୍ୟାଙ୍ଗ: ୮ ଗିରଫ

କନ୍ଧମାଳ : ୮ ଜଣିଆ ହାଇୱେ ଗ୍ୟାଙ୍ଗ ଗିରଫ। ତୁମୁଡିବନ୍ଧ ଥାନା ମାଦାଗୁଡା ଛକ ନିକଟରେ ଲୁଟପାଟ ପାଇଁ ଯୋଜନା କରୁଥିବା ବେଳେ ଗିରଫ କରିଛି ତୁମୁଡିବନ୍ଧ ପୋଲିସ। ଏହି ୮ ଜଣିଆ ଗ୍ୟାଙ୍ଗରେ ୪ ନାବାଳକ ଅଛନ୍ତି ବୋଲି ସୂଚନା ମିଳିଛି। ହାଇୱେ ଗ୍ୟାଙ୍ଗରୁ ଗୋଟିଏ ବନ୍ଧୁକ,୨ ଟି ଗୁଳି, ୫ଟି ମୋବାଇଲ, ଲୁହା ରଡ଼, ଭୁଜାଲି, ଛୁରୀ ଆଦି ଜବତ ହୋଇଛି ।ଏହି ଗ୍ୟାଙ୍ଗ ତୁମୁଡିବନ୍ଧ ଥାନା ଅଂଚଳରେ ଦୀର୍ଘ ଦିନ ହେବ ଲୁଟପାଟ ଚଳାଇଥିଲେ। ଏମାନେ ବୁଦୁଲି ପଦର, ଲମ୍ବା ଘାଟି, ମାଦାଗୁଡା ଜଙ୍ଗଲ ଏରିଆ, ଖମଣପଡ଼ା ଓ ରାମପୁର ଅଂଚଳ ରେ ବିଭିନ୍ନ ଅପରାଧିକ କାର୍ଯ୍ୟ କରିଥିବା ତୁମୁଡିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ସୂଚନା ଦେଇଛନ୍ତି l ଏହି ୮ଜଣିଆ ଗ୍ୟାଙ୍ଗର ଅନ୍ୟ ଏକ ଅଭିଯୁକ୍ତ ଧରମା ମଳିକ ପୋଲିସର ଚଢ଼ାଉ ବେଳେ ବନ୍ଧୁକ ଦେଖେଇ ଖସି ପଳେଇଥିବା ତୁମୁଡିବନ୍ଧ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Spread the love