ଶୁକ୍ରବାର ମାଡ଼ ହେବ ‘ଲୋପାର

ଭୁବନେଶ୍ୱର, ୧୮|୧୧: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି ।ଏହା ଧିରେଧିରେ ସ୍ଥଳ ଭାଗ ଆଡକୁ ମୁହାଁଉଛି । ଗୁରୁବାର ସକାଳ ସୁଦ୍ଧା ଏହା ତାମିଲନାଡୁର ଉତ୍ତର ଉପକୂଳରୁ ୩୧୦ କିମି ଦୂରରେ ଥିବା ସୋଆ ପରିବେଶ ଓ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି ।

ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଲୋପାର ଧିରେଧିରେ ବଳ ଗୋଟାଉଛି । ଏହା ଆସନ୍ତା ଶୁକ୍ରବାର ସ୍ଥଳଭାବ ଛୁଇଁପାରେ । ଧିରେଧିରେ ଏହା ପଶ୍ଚିମ ଉତ୍ତର ଦିଗରେ ଆଗକୁ ବଢୁଛି । ଫଳରେ ଶୁକ୍ରବାର ସକାଳେ ଲୋପାର ଚେନ୍ନାଇ ଉପକୂଳ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି ।

ଲୋପାର ପ୍ରଭାବରେ ଓଡିଶାର ଦକ୍ଷିଣ ପ୍ରାନ୍ତରେ ଥିବା ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହୋଇପାରେ । ଗୁରୁବାରଠାରୁ ଆରମ୍ଭ ହେବା ସହ ଶନିବାର ଯାଏଁ ଲାଗଣ ବର୍ଷା ଜାରି ରହିବ । ପୂର୍ବ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ହାଲୁକା ବୃଷ୍ଟିପାତର ସମ୍ଭାବନା ରହିଛି ।

ଆହୁରି ମଧ୍. ଆସନ୍ତା ୨୧ରୁ ୨୪ ତାରିଖ ଯାଏଁ ଆକାଶ ମେଘୁଆ ରହିବ । ବିଜୁଳି ଓ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି । ୨୪ ତାରିଖ ପରଠୁ ପାଗ ଧିରେଧିରେ ଫିଟିବା ସହ ରାତିର ତାପମାତ୍ରା ବଢିବ ବୋଲି ସିଇସି ସୋଆ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love