୪ ଛୁଆର ମାଆକୁ ଧରି ଛୁ ମାରିଲା ୬୦ ବର୍ଷର ବୃଦ୍ଧ, ଗାଁକୁ ଫେରିବା ପରେ ଲୋକେ ଏମିତି କଲେ

ଭୁବନେଶ୍ୱର, ୨୯/୪: ମହିଳାଙ୍କୁ ଧରି ଫେରାର ହୋଇଗଲା ବୃଦ୍ଧ। ଗାଁକୁ ପେରିଲା ପରେ କାଇଲା ଛେଚା। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଟାଉନ ଥାନା ମଣ୍ଡୁଆ ମୁଣ୍ଡାସାହିରେ । ୧୫ ଦିନ ତଳେ ଗାଁର ଜଣେ ୪ ସନ୍ତାନର ମା’କୁ ଧରି ଜଣେ ୬୦ ବର୍ଷର ବୃଦ୍ଧ ଚମ୍ପଟ ମାରିଥିବାବେଳେ ଏକ ଶୁଦ୍ଧି କ୍ରିୟାରେ ଯୋଗ ଦେବାକୁ ଆସି ଗ୍ରାମବାସୀଙ୍କ ହାତରେ ଧରାପଡ଼ି ଛେଚା ଖାଇଛନ୍ତି । ବୃଦ୍ଧ ଜଣଙ୍କୁ ଗ୍ରାମବାସୀ ଅଟକ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ସେଠାରୁ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।

ସୂଚନା ମୁତାବକ, ଉକ୍ତ ମହିଳାଙ୍କ ସହ ପ୍ରେମ ସମ୍ପର୍କ ପରେ ବୃଦ୍ଧ ଜଣକ ତାଙ୍କୁ ନେଇ କେଉଁଆଡେ ଚାଲି ଯାଇଥିଲେ । କିଛିଦିନ ପରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ମହିଳାଙ୍କ ସ୍ୱାମୀଙ୍କ ଦଶାହ କର୍ମରେ ଯୋଗ ଦେବା ପାଇଁ ବୃଦ୍ଧ ଜଣକ ଗାଁକୁ ଫେରିଥିବାବେଳେ ଗ୍ରାମବାସୀ ତାଙ୍କୁ କାବୁ କରିଥିଲେ । ମହିଳାଙ୍କୁ କେଉଁଠି ରଖିଛୁ ବୋଲି ପଚାରି ଉତ୍ତମ ମଧ୍ୟମ ଦେଇଥିଲେ ।

Spread the love