ପ୍ରେମ କରି ବିବାହ କରିଥିଲେ, ୨ ମାସ ପରେ ଛାଡି ଫେରାର ହୋଇଗଲା ସ୍ୱାମୀ…

ସୋନପୁର,୧୨/୦୬:   ପ୍ରେମ କରି ବାହା ହେଲେ । ବାହା ହେବାର ୨ ମାସ ପରେ ଛାଡିଦେଲା ସ୍ବାମୀ । ସ୍ବାମୀଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହେଲେ ମହିଳା ।

ଅଭିଯୋଗ ଅନୁସାରେ, ସୁବର୍ଣ୍ଣପୁର ସହରର ମାଲିପଡାର ଜ୍ଞାନ ରଞ୍ଜନ ମହାନ୍ତି ବେହେରାମାଲର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଗତ ମାର୍ଚ୍ଚ ମାସ ୯ ତାରିଖରେ ସମ୍ବଲପୁର ଜିଲ୍ଲା ମ୍ୟାରେଜ ଅଫିସରଙ୍କ ସାମ୍ନାରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ପରେ କିଛି ଦିନ ଦାମ୍ପତିକ ଜୀବନ ବିତାଇବା ପରେ ଘରୁ ଉଭୟେ ବଲାଙ୍ଗିର ଯାଇଥିଲେ । ସେଠାରେ ଜ୍ଞାନ ରଞ୍ଜନ ତାଙ୍କୁ ଛାଡି କୁଆଡେ ପଳାଇ ଯାଇଥିବା ଅଭିଯୋଗ ହୋଇଛି ।

ସେଠାରୁ ଫେରି ଯୁବତୀଜଣଙ୍କ ଜ୍ଞାନଙ୍କ ଘରକୁ ଯାଇଥିଲେ ମଧ୍ୟ ଶାଶୂଘର ଲୋକେ ତାଙ୍କୁ ସେଠାରୁ ଘଉଡାଇ ଦେଇଥିଲେ । ଏନେଇ ଯୁବତୀ ଜଣକ ସୋନପୁର ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ହେଲେ ଆଜି ଯାଏଁ ପୋଲିସ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ତେବେ ନ ପୋଲିସ ତୁରନ୍ତ ଜ୍ଞାନକୁ ଗିରଫ ନ କଲେ ସେ ଆତ୍ମାହୁତି ଦେବାକୁ ବାଧ୍ୟ ହେବି ବୋଲି ପୀଡିତା କହିଛନ୍ତି ।

Spread the love