ଶ୍ମଶାନରେ ଲିଭିନି ସ୍ୱାମୀର ଚିତା, ସେପଟେ ପ୍ରେମିକର ହାତ ଧରି ବୁଲିଲା ସ୍ତ୍ରୀ

ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ହେଲେ ସେହି ଦାଣ୍ଡରେ ପିଲାଛୁଆଙ୍କ ସହିତ ସମ୍ପର୍କ ଭାଙ୍ଗି ପ୍ରେମିକଙ୍କ ହାତ ଧରି ଚମ୍ପଟ ମାରିଲା ସ୍ତ୍ରୀ! ଯାହାର ଖବର ମିଡିଆରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରେ ଘଟିଛି।

ମିଳିଥିବା ଖବର ଅନୁସାରେ ଅବୈଧ ସମ୍ପର୍କରୁ ପ୍ରେମିକା ସହ ମିଶି ସ୍ୱାମୀ ପତ୍ନୀଙ୍କୁ ହତ୍ୟାକରିଥିବାର ଅଭିଯୋଗ ହୋଇଛି। ଏଭଳି ଗୁରୁତ୍ୱର ଅଭିଯୋଗ ଆଣିଛନ୍ତି ନିଜ ପୁଅ ଓ ଝିଅ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଭାମଣ୍ଡା ଗ୍ରାମରେ।ଗାଁର ପୂଜକ ରଙ୍ଗାଧର ଦାସଙ୍କ ପତ୍ନୀ ରତ୍ନମଣିଙ୍କ ସହ ସେହି ଗାଁର ଅସିତ ଶତପଥିଙ୍କର ଦୀର୍ଘ ୪ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଅସିତ ଶତପଥୀ ରଙ୍ଗାଧରଙ୍କ ଅନୁପସ୍ଥିତି ରେ ରତ୍ନମଣିଙ୍କ ଘରକୁ ଯାଆସ କରିଆସୁଥିଲା। ତେବେ ମାର ଏହି ଅନୈତିକ ସମ୍ପର୍କକୁ ପୁଅ ଓ ଝିଅ ଜାଣିବା ପରେ ପ୍ରତିବାଦ କରିବାରୁ ଅସିତ ଓ ରତ୍ନମଣି ମିଶି ମାଡ଼ ମାରିବା ସହ ବାପାଙ୍କୁ ମାରିଦେବା ପାଇଁ ଧମକ ଦେଇଆସୁଥିଲେ।

ହେଲେ ସ୍ୱାମୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଗତ ୧୭ତାରିଖ ଦିନ ରଙ୍ଗାଧର ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ପତ୍ନୀ ରତ୍ନମଣି ତାଙ୍କ ସହ ଝଗଡ଼ା କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ତାର କିଛି ସମୟ ପରେ ରଙ୍ଗାଧରଙ୍କ ପତା ମିଳିନଥିଲା। ଏନେଇ ରଙ୍ଗାଧରଙ୍କ ଭାଇ ଗଙ୍ଗାଧର ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ଆଉ ଏହାର ୫ଦିନ ପରେ ଗାଁ ନିକଟସ୍ଥ ସିମିଳିମାହାରା ଜୋର ନିକଟରୁ କ୍ଷତାକ୍ତ ମୃତ ଦେହକୁ ପୋଲିସ ଉଦ୍ଧାର କରିଥିଲା।ଆଉ ସବୁଠୁ ବଡ଼କଥା ହେଉଛି ଗୋଟିଏ ପଟେ ମଶାଣିରେ ସ୍ୱାମୀର ଚିତା ଲିଭିନଥିବା ବେଳେ ସ୍ତ୍ରୀ ରତ୍ନମଣି ୪ପିଲାଙ୍କୁ ଛାଡି ସର୍ବ ସମୁଖରେ ପ୍ରେମିକର ହାତଧରି ଗାଁ ଦାଣ୍ଡରେ ଚାଲି ଚାଲି ଯାଉଥିବାର ଭିଡିଓ ଏବେ ଭାଇରାଲ ହେବାର ଲାଗିଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।ପୋଷ୍ଟ ମଟମ ରିପୋର୍ଟ ଆସିବା ପରେ ଆଗକୁ ତଦନ୍ତ ଆଗେଇବ ବୋଲି ରାଜକନିକା ଆଇ ଆଇ ସି କହିଛନ୍ତି।

Spread the love