ବେଶ ବଦଳାଇ ପ୍ରେମିକାକୁ ଦେଖା କରିଵାକୁ ଆସିଥିଲେ, ପିଲାଚୋର ଭାବି ନିର୍ଦ୍ଧୁମ୍ ଛେଚିଲେ ଲୋକେ

ଗର୍ଲଫ୍ରେଣ୍ଡକୁ ଭେଟିବାକୁ ବାବା ବେଶରେ ଆସିଥିଲେ । ହେଲେ ପ୍ରେମିକାକୁ ଭେଟିବା ଆଶା ଅଧାରେ ରହିଗଲା । ପିଲା ଚୋର ସନ୍ଦେହରେ ତାଙ୍କୁ ସ୍ଥାନୀୟ ଲୋକ କାବୁ କଲେ । ଆଉ ଏହାପରେl ଖୋଲିଲା ନକଲି ବାବାଙ୍କ ଗୁମର । ଯାଜପୁର ରୋଡ ଥାନା ଫେରୋକ୍ରୋମ ଗେଟ କଲୋନୀ ନିକଟରେ ଘଟିଛି ଏଭଳି ରୋଚକ ଘଟଣା।ଅଟକ ବାବା ବେଶଧାରୀ ପ୍ରେମିକକୁ ସ୍ଥାନୀୟ ଲୋକ ପୋଲିସର ଜିମା ଦେଇଛନ୍ତି । ପ୍ରେମିକକୁ ଅଟକ ରଖି ପଚରାଉଚୁରା କରୁଛି ପୋଲିସ। ଅନୁଗୁଳ ଅଞ୍ଚଳର ଯୁବକ ଜଣକଙ୍କ ପ୍ରେମକୁ ପ୍ରେମିକାର ପରିବାର ଲୋକେ ସ୍ୱୀକାର କରୁନଥିଲେ । ଫଳରେ ପ୍ରେମିକାକୁ ଭେଟିବାକୁ ଯାଜପୁର ରୋଡକୁ ବାବା ବେଶରେ ଯାଇଥିଲେ ପ୍ରେମିକ । ତେବେ ଅପରିଚିତ ବାବାଙ୍କୁ ଦେଖି ସ୍ଥାନୀୟ ଲୋକେ ପିଲାଚୋର ସନ୍ଦେହରେ କାବୁ କରିଥିଲେ ।

Spread the love