ଟୟଲେଟ୍‌ ପାଖରେ ବିବାହିତା ପ୍ରେମିକା ମଥାରେ ସିନ୍ଦୂର ଦେଲା ପ୍ରେମିକ

ଭାଗଲପୁର ୧୦/୬: ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରେମ କାହା ସହିତ ବି ହୋଇପାରେ। ପ୍ରେମ ମାନେନା ବଡ଼, ସାନ କି ଧନୀ-ଗରିବ। ପ୍ରେମରେ ପଡ଼ୁଥିବା ମଣିଷ ନା ପରିବାରର ଚିନ୍ତା କରେ ନା ସମାଜର ପାରିହାସକୁ ଖାତିର କରେ। ବାସ ଗୋଟିଏ ଲକ୍ଷ ପ୍ରେମରେ ସଫଳତା ପାଇବା। ପ୍ରେମରେ ଅନ୍ଧ ମଣିଷ ନିଜ ରୀତି ନୀତିକୁ ବି ଭୁଲିଯାଏ। ସେମିତି ଏକ ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ପ୍ରେମୀଯୁଗଳଙ୍କ ଫଟୋ ସୋସିଆଲ ମିଡିଆରେ ଘୂରି ବୁଲୁଛି ଯାହାକୁ ଯେ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚିତ। ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ବିବାହିତ ମହିଳା ଚଳନ୍ତା ଟ୍ରେନ୍‌ର ଟାୟଲେଟ୍‌ ପାଖରେ ନିଜ ପ୍ରେମିକଙ୍କୁ ନିଜର ପତି ଭାବେ ସ୍ବୀକାର କରିନେଉଛନ୍ତି।

ଆଉ ପାଗଳ ପ୍ରେମିକ ଟ୍ରେନ୍‌ର ପାଇଖାନା ପାଖରେ ମହିଳାଙ୍କ ମଥାରେ ସିନ୍ଦୂର ଦେଇ ନିଜର କରୁଥିବା ଦେଖିବାକୁ ମିଳିଛି। କୁହାଯାଉଛି ପ୍ରେମୀ ଯୁଗଳ ପ୍ରଥମେ ଘରୁ ଲୁଚି ପଳାଇଥିଲେ ଏବଂ ପରେ ଚଳନ୍ତା ଟ୍ରେନ୍‌ରେ ବିବାହ କରିଛନ୍ତି। ମାମଲାଟି ବିହାରର ସୁଲତାନଗଞ୍ଜ ଅଞ୍ଚଳର ବୋଲି କୁହାଯାଉଛି। ଉଧାଡୀହ ଗାଁର ଜଣେ ଯୁବତୀଙ୍କ ବିବାହ କିରଣପୁରର ଜଣେ ଯୁବକଙ୍କ ସହ ହୋଇଥିଲା। ଦୁଇ ମାସ ପୂର୍ବରୁ ବିବାହ ହୋଇଥିଲା। କିନ୍ତୁ ଯୁବତୀଜଣଙ୍କ  ଆଶୁ କୁମାର ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ଦୁଇ ଜଣଙ୍କ ମଧ୍ୟରେ ଦୀର୍ଘ ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା।

ଏଥିପାଇଁ ଯୁବତୀ ଜଣଙ୍କ ବିବାହ ପରେ ନିଜ ପତିଙ୍କୁ ସ୍ବୀକାର କରିପାରିନଥିଲେ। ଏନେଇ ଜଣାପଡ଼ିବା ପରେ ଝିଅକୁ ଘରୁ ବାହାରକୁ ଯିବାକୁ ଅନୁମତି ମିଳିଳା ନାହିଁ। ଯୁବତୀଙ୍କ ଘର ଲୋକେ ପୁଣି ଥରେ ଏପ୍ରିଲ ମାସରେ ଅନ୍ୟ ଏକ ଯୁବକଙ୍କ ସହ ତାଙ୍କର ବିବାହ କରିଦେଇଥିଲେ। ବିବାହ ପରେ ସ୍ବାମୀଙ୍କ ସହ ରହିବାକୁ ମନା କରିଥିଲେ ଯୁବତୀ। ବୁଧବାର ମଉକା ଦେଖି ଯୁବତୀ ନଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ।

ଦୁହେଁ ସୁଲତାନଗଞ୍ଜ ଷ୍ଟେସନରେ ପହଞ୍ଚି ବେଙ୍ଗାଲୁରୁ ପାଇଁ ବାହାରିଗଲେ । ଟ୍ରେନରେ ଦୁଇ ଜଣ ବିବାହ କରିବାକୁ ସ୍ଥିର କରିଥିଲେ। ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ ପାଖରେ ନିଜ ବିବାହିତା ପ୍ରେମିକାଙ୍କ ମଥାରେ ସିନ୍ଦୂର ଦେଇ ପତ୍ନୀର ମାନ୍ୟତା ଦେଲେ ପ୍ରେମିକ ଆଶୁ କୁମାର। ଏହି ସମୟରେ କେହି ଜେଣ ଫଟୋ ଉଠାଇ ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଛନ୍ତି। ଫଟୋ ଭାଇରାଲ ହେବା ପରେ ଏବେ ଯୁବକ ଏବଂ ଯୁବତୀଙ୍କ ଗାଁରେ ଚର୍ଚ୍ଚା ଆରମ୍ଭ ହୋଇଛି।

Spread the love