ଦେଶର ପ୍ରଥମ ରାଜ୍ୟଭାବେ ହିମାଚଳ ପ୍ରଦେଶରେ ସବୁଘରେ ଏଲପିଜି ସଂଯୋଗ

ହିମାଚଳ ପ୍ରଦେଶ ଦେଶର ପ୍ରଥମ ରାଜ୍ୟ ଭାବରେ ଏକ ବଡ ଉପଲବ୍ଧି ହାସଲ କରିଛି । ରାଜ୍ୟର ଶତପ୍ରତିଶତ ଘରେ ଏଲପିଜି ସଂଯୋଗ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟରେ ବିଜେପି ସରକାର ଦୁଇବର୍ଷ କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ସିମଲାରେ ଏନେଇ ଘୋଷଣା କରିଛନ୍ତି । ଅମିତ ଶାହ ରୀତା, ମିନା ଓ ଧର୍ମାବତୀଙ୍କୁ ଗ୍ୟାସ କନେକ୍ସନ ପ୍ରଦାନ କରିଛନ୍ତି । ରାଜ୍ୟରେ ଗୃହିଣୀ ସୁବିଧା ଯୋଜନା ଅନୁଯାୟୀ 2.64 ଲକ୍ଷ ମାଗଣା ରୋଷେଇ ଗ୍ୟାସ ସଂଯୋଗ କରାଯାଇଛି ।

ଦେଶର ସମସ୍ତ ଘରକୁ ଧୂଆଁମୁକ୍ତ କରିବା ସହ ପରିବେଶ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍ଜ୍ବଳା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା ମାଧ୍ୟମରେ ମହିଳାମାନେ ସୁଲଭ ମୂଲ୍ୟରେ ଗ୍ୟାସ ବ୍ୟବହାର କରିପାରୁଛନ୍ତି । ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ପ୍ରତି ଘରେ ଏଲ୍‌ପିଜି ସଂଯୋଗ ହେବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟର ମାନ୍ୟତା ପାଇଥିବାରୁ ଖୁସି ବ୍ୟକ୍ତ କରିବା ସହ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Spread the love