ଆସନ୍ତାକାଲିଠାରୁ 100 ଟଙ୍କା ହ୍ରାସ ପାଇବ ଏଲପିଜି

ଆସନ୍ତାକାଲି ଜୁଲାଇ ପହିଲା ଠାରୁ ଏଲପିଜି ସିଲିଣ୍ଡର ପିଛା 100.50 ଟଙ୍କା ହ୍ରାସ ପାଇବ। ଆଜି ଇଣ୍ଡିଆନ ଅଏଲ କର୍ପୋରେସନ୍‌ ପକ୍ଷରୁ ଏହା ଘୋଷଣା କରାଯାଇଛି। ଏହି ପରିବର୍ତ୍ତିତ ଦର ପରେ ରନ୍ଧନ ଗ୍ୟାସ୍‌ ଏଣିକି ସିଲିଣ୍ଡର ପିଛା 737.50 ବଦଳରେ 637 ଟଙ୍କାରେ ଗ୍ରାହକମାନେ ପାଇପାରିବେ। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ହ୍ରାସ ପାଇବାରୁ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଏଭଳିତ ନିଷ୍ପତ୍ତି ନେଇଛି।

ଅନ୍ୟପକ୍ଷରେ ସବସିଡି ପାଉଥିବା ଲୋକମାନେ ଗ୍ୟାସ୍‌ ସିଲିଣ୍ଡରକୁ 494.35 ଟଙ୍କାରେ ପାଇବେ। ଅର୍ଥାତ ସବ୍‌ସିଡିରେ ସିଲିଣ୍ଡର ପାଉଥିବା ଗ୍ରାହକମାନେ 142.65 ସଞ୍ଚୟ କରିପାରିବେ। ଜୁନ୍‌ 1ରେ ସିଲିଣ୍ଡର ପିଛା ଦର 3.65 ଟଙ୍କା ବୃଦ୍ଧି ପାଇଥିଲା।

Spread the love