ବଦଳଯିବ ଲକ୍ଷ୍ନୌର ନାମ ! ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଚର୍ଚ୍ଚା ଜୋର ଧରିଲା

ଖୁବଶୀଘ୍ର ବଦଳିବ ଲକ୍ଷ୍ନୌର ନାମ । ଲକ୍ଷ୍ନୌ ନାମ ବଦଳି ଲକ୍ଷ୍ମଣପୁରୀ କିମ୍ବା ଲକ୍ଷ୍ମଣନଗରୀ ହେବ ବୋଲି ଆକଳନ ଚାଲିଥିଲା। ଆଉ ଚର୍ଚ୍ଚା ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ ସମ୍ମିଳନୀରେ ରାଷ୍ଟ୍ରପତି ଯୋଗ ଦେଇ ଲକ୍ଷ୍ନୌକୁ ଲକ୍ଷ୍ମଣପୁରୀ କିମ୍ବା ଲକ୍ଷ୍ମଣନଗରୀ ନାମରେ ସମ୍ବୋଧନ କରିଛନ୍ତି । ଭଗବାନ ଲକ୍ଷ୍ମଣଙ୍କ ସହିତ ଲକ୍ଷ୍ନୌର ସଂପର୍କ ରହିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଏହା ପୂର୍ବରୁ ଜଣେ ବିଜେପି ସାଂସଦ ଲକ୍ଷ୍ନୌ ନାମ ପରିବର୍ତ୍ତନ ନେଇ ଦାବି କରିଥିଲେ ।

ସୂଚନା ମୁତାବକ, ପ୍ରତାପଗଢର ସାଂସଦ ସଙ୍ଗମ ଲାଲ ଗୁପ୍ତା ନିକଟରେ ଲକ୍ଷ୍ନୌ ନାମ ପରିବର୍ତ୍ତନ କରି ଲକ୍ଷ୍ମଣନଗରୀ କିମ୍ବା ଲକ୍ଷ୍ମଣପୁରୀ କରିବାକୁ ଦାବି କରିଥିଲେ । ବିଜେପି ସାଂସଦଙ୍କ ଦ୍ୱାରା ଲକ୍ଷ୍ନୌ ନାମ ପରିବର୍ତ୍ତନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି  ଗୃହମନ୍ତ୍ରୀ ଅମିତ ଶାହା, ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଥିଲେ । ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲକ୍ଷ୍ନୌ ସହିତ ଭଗବାନ ଲକ୍ଷ୍ମଣଙ୍କ ସଂଯୋଗ ରହିଛି ବୋଲି କହିଛନ୍ତି ।

ରାଷ୍ଟ୍ରପତି କହିଛନ୍ତି, କୁହାଯାଏ, ଲକ୍ଷ୍ନୌ ସହରର ରାମ ଭଗବାନ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ନାମରେ ରହିଛି। ୧୯ ଶତାବ୍ଦୀ ପୂର୍ବରୁ ଏହାକୁ ଲଖଣପୁରୀ ନାମରେ ଡକାଯାଉଥିଲା। ଏହି ନଗରୀ ପ୍ରାଚୀନତମ ପରମ୍ପରା ସହିତ ଜଡିତ। ଅନ୍ୟ ପଟେ ଆଧୁନିକ କଳା, ସଂସ୍କୃତି, ସାହିତ୍ୟ ଏବଂ କଳା ସାଧନର ପ୍ରମୁଖ କେନ୍ଦ୍ର ସ୍ଥଳ ଭାବେ ଜଣାଶୁଣା। ତେଣୁ ଏହାର ନାମ ଲକ୍ଷ୍ମଣପୁରୀ କିମ୍ବା ଲକ୍ଷ୍ମଣନଗରୀ ହେବ ।

Spread the love