୧୬ ମେ’ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ
ବର୍ଷ ୨୦୨୨ରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଏହାପୂର୍ବରୁ ୩୦ ଅପ୍ରେଲରେ ସୂର୍ଯ୍ୟପରାଗ ହେବ। ଯାହାକି ଆଂଶିକ ମାତ୍ରାରେ ଲାଗିବ। ଏହାର ଠିକ ୧୫ ଦିନ ପରେ ୧୬ ମେ’ ରେ ଚନ୍ଦ୍ର ଗ୍ରହଣ ଲାଗିବ। ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ଲାଗିବ । ଏଥିମଧ୍ୟରୁ ଦୁଇଟି ସୂର୍ଯ୍ୟପରାଗ ସହ ଦୁଇଟି ଚନ୍ଦ୍ରଗ୍ରହଣ ରହିଛି। ଆସନ୍ତା ଦିନରେ ପ୍ରଥମେ ସୂର୍ଯ୍ୟପରାଗ ସହ ପରେ ଚନ୍ଦ୍ର ଗ୍ରହଣ ଲାଗିବ। ଯାହାର ପ୍ରଭାବ ସମସ୍ତ ଲୋକଙ୍କ ଉପରେ ପଡ଼ିବ।
୧୬ ମେ’ରେ ବର୍ଷର ପ୍ରଥମ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ ଲାଗିବ। କିନ୍ତୁ ଭାରତରେ ଏହା ଦେଖାଯିବ ନାହିଁ। ଏହା ୧୬ ମେ ରେ ସକାଳ ୭:୫୮ରେ ଆରମ୍ଭ ହେବ, ଯାହାକି ଦିନ ୧୨ ପର୍ଯ୍ୟନ୍ତ ଲାଗିବ। ଏହି ଗ୍ରହଣ ଦକ୍ଷିଣ/ପଶ୍ଚିମ ୟୁରୋପ, ଦକ୍ଷିଣ/ ପଶ୍ଚିମ ଏସିଆ, ଆଫ୍ରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପେସୋଫିକ, ଆଟଲାଣ୍ଟିକ, ହିନ୍ଦୁ ମାହାସାଗର ରେ ଦେଖାଯିବ। ଏହି ଗ୍ରହଣ ବୈଶାଖ ମାସରେ ପୂର୍ଣ୍ଣିମା ଦିନ ଲାଗିବ। ଏହାର ପରବର୍ତ୍ତୀ ଚନ୍ଦ୍ର ଗ୍ରହଣ ୮ ନଭେମ୍ବର ୨୦୨୨ ରେ ଲାଗିବ। ଯାହାକି ଭାରତରେ ଦେଖାଯିବ।
ସୂର୍ଯ୍ୟ ପରାଗ ହେଉ ଅବା ଚନ୍ଦ୍ର ଗ୍ରହଣ କିଛି ଜରୁରୀ ନିୟମ ରହିଛି ଯାହାକୁ ମାନିବା ଜରୁରୀ। ଯାହାକୁ ହିନ୍ଦୁ ଧର୍ମରେ ଓ ଜ୍ୟୋତିଷ ଶାସ୍ତ୍ରରେ ଶୁଭ ମନାଯାଏ। ଏମିତିରେ ଏହି ନିୟମକୁ ମାନିବା ଉଚିତ। ଯାହାର ଖରାପ ପ୍ରଭାବ ପଡ଼ିବ ନାହିଁ।
ଗ୍ରହଣ ଓ ପରାଗ ସମୟରେ କିଛି ଖାଇବା ଅନୁଚିତ। ଏହାସହ ଖାଇବା ଜିନିଷରେ ତୁଳସୀ ପତ୍ରକୁ ପକାଇ ଦିଅନ୍ତୁ।
ଏହିସମୟରେ ନକାରାତ୍ମକ ଶକ୍ତି ବଢ଼ିଯାଏ। ଏହାର ପ୍ରଭାବ ମନ ଉପରେ ପଡ଼ିଥାଏ। ଏମିତିରେ କିଛି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ।
ବାହାରକୁ ବାହାରନ୍ତୁ ନାହିଁ। ମନ୍ଦିର ର ଦ୍ୱାର ବନ୍ଦ ରଖନ୍ତୁ।
ଏହି ସମୟରେ ସୂର୍ଯ୍ୟ ତଥା ଚନ୍ଦ୍ର ଦେବଙ୍କର ବୀଜ ମନ୍ତ୍ରକୁ ଆପଣ ଜପ କରିପାରିବେ। ଏହାର ଶୁଭ ପ୍ରଭାବ ପଡ଼ିବ।
ଏସବୁ ଶେଷ ହେବା ପରେ ସ୍ନାନ କରନ୍ତୁ। ଗରିବକୁ ଦାନ କରନ୍ତୁ।
ଗର୍ଭବତୀ ସ୍ତ୍ରୀ ଅଧିକ ଧ୍ୟାନ ରଖନ୍ତୁ। ଘର ବାହାରକୁ ଯାଆନ୍ତୁ ନାହିଁ।