ବାଇକ୍‌ରୁ ଟଙ୍କା ବ୍ୟାଗ୍ ଧରି ଛୁ ମାରିଲେ ଲୁଟେରା

ଉଦଳା ୨୧।୧୦: ସିସିଟିଭିରେ କଏଦ ହେଲା ଲୁଟ୍‌ର ଭିଜୁଆଲ୍ । ବୁଧବାର ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାରରେ ହୋଇଥିଲା ଲୁଟ୍ । ଏହି ଲୁଟର ଲାଇଭ୍ ଭିଜୁଆଲ୍ ସିସିଟିଭିରେ କଏଦ ହୋଇଛି ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବଜାର ମଝିରେ ବ୍ୟବସାୟୀ ଲଳିତ ଦାସ ନିଜ ବାଇକରେ ଟଙ୍କା ବ୍ୟାଗ ଟାଙ୍ଗି ନିକଟସ୍ଥ ଦୋକାନକୁ ଯାଇଥିଲେ । ସେହି ସମୟରେ ଦୁଇ ଜଣ ଲୁଟେରାଙ୍କ ମଧ୍ୟରୁ ଜଣେ ଲୁଟେରା ତାଙ୍କ ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲଗାଇ ଦେଇଥିଲା । ପରେ ଲଳିତ ଆସି ଗାଡି ହ୍ୟାଣ୍ଡେଲରେ ଚୁଇଙ୍ଗମ୍ ଲାଗିଥିବା ଦେଖି ତାହାକୁ ସଫା କରି ହାତ ଧୋଇଥିଲେ । ପାଣି ବୋତଲ ରଖିବାକୁ ଦୋକାନକୁ ଯାଇଥିବା ବେଳେ ଲୁଟେରା ଟଙ୍କା ଭର୍ତ୍ତି ବ୍ୟାଗ୍ ଧରି ଚମ୍ପଟ ମାରିଛି ।

ବାଇକ୍‌ରେ ଥିବା ଅନ୍ୟ ଜଣେ ଲୁଟେରା ସେଠାରେ ପହଞ୍ଚିବା ପରେ ଉକ୍ତ ବାଇକ୍‌ରେ ବସି ଲୁଟେରା ଦୁଇ ଜଣ ଖସି ପଳାଇ ଯାଇଥିଲେ । ପୁରା ଫିଲ୍ମ ଷ୍ଟାଇଲରେ ଦିନ ଦ୍ବିପ୍ରହରରେ ଏପରି ଲୁଟ୍ କରୁଥିଲେ ଲୁଟେରା । ଯାହାର ଲାଇଭ ଭିଜୁଆଲ୍ କଏଦ ହୋଇ ସିସିଟିଭିରେ । 

Spread the love