ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ

ଆଜି ଠାରୁ ପ୍ରତ୍ୟେକ ଶକ୍ତିପୀଠ ରେ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଚଳ ଚଞ୍ଚଳ ପରିବେଶ ଦେଖାଦେଇଛି। ଗତକାଲି ରାତିରେ ମାଙ୍କ ରଥ ଅଧିବାସ ହୋଇଛି। ଆଜି ଅପରାହ୍ନରେ ରଥ ପ୍ରତିଷ୍ଠା ପରେ ଗଡିବ ମା’ ବିରଜାଙ୍କ ରଥ। ୯ ଦିନ ଧରି ମା ରଥରେ ପରିକ୍ରମା କରିବା ସହ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ। ଅକ୍ଟୋବର ୫ ତାରିଖ ପର୍ଯ୍ୟନ୍ତ ମାଙ୍କ ପୀଠରେ ସ୍ବତନ୍ତ୍ର ନୀତିକାନ୍ତି ଚାଲିବ। ଏହି ୯ ଦିନ ଧରି ମା ବିରଜାଙ୍କୁ ପ୍ରତ୍ୟେକ ଦିନ ବୈତରଣୀ ନଦୀ ଜଳରେ ସ୍ନାନ କରାଯିବାର ବିଧି ରହିଛି। ଆଜି ସକାଳୁ ମାଙ୍କ ପାଦ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ। ଅନ୍ୟପଟେ ମା’ଙ୍କ ରଥଯାତ୍ରାରେ ସାମିଲ ହେବା ସହ ସୁରୁଖରୁରେ ଦର୍ଶନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Spread the love