କେଉଁ କେଉଁ ବାରରେ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ ଜାଣନ୍ତୁ

ବନ୍ଧୁଗଣ ହିନ୍ଦୁ ଧର୍ମରେ ସପ୍ତାହର ସବୁ ଦିନର କିଛିନା କିଛି ମହତ୍ୱ ଥାଏ।ଆଉ ପ୍ରତ୍ୟକ ବାର କୋୖଣସି ନା କୌଣସି ଦେବା ଦେବୀଙ୍କୁ ଅର୍ପିତ ହୋଇଥାଏ।ଆଉ ଏ ବାରରେ ଆମେ ଏହି ଦେବା ଦେବୀଙ୍କୁ ପୂଜା ଓ ଅରାଧନା କରିବା ଦ୍ୱାରା ଆମକୁ ବିଭିନ୍ନ ପ୍ରକାରର ଲାଭ ଓ ସୁଫଳ ମିଲିଥାଏ ଯେମିତି ସାତଟି ବାର ଭିତରୁ ପ୍ରଥମ ବାର ରବିବାର ଯାହା ଭଗବାନ ସୁର୍ଯ୍ୟଙ୍କ ପାଇଁ ଅର୍ପିତ ହୋଇଥାଏ।

ଦ୍ୱିତୀୟ ବାର ସୋମବାର ଭଗବାନ ଶିଵଙ୍କ ପାଇଁ ଅର୍ପିତ ହୋଇଥାଏ।ତୃତୀୟ ବାର ମଙ୍ଗଳବାର ଭଗବାନ ହନୁମାନଙ୍କ ଓ ମା ମଙ୍ଗଳାଙ୍କ ପାଇଁ ଅର୍ପିତ ହୋଇଥାଏ।ଚତୁର୍ଥ ବାର ବୁଧୁବାର ଭଗବାନ ଗଣେଶଙ୍କୁ ପୂଜା କରାଯାଏ।ପଞ୍ଚମ ବାର ଗୁରୁବାର ମା ଲକ୍ଷ୍ମୀଙ୍କ ଓଷା କରାଯାଏ।ଛଅ ରେ ଶୁକ୍ରବାର ମା ଦୁର୍ଗାଙ୍କୁ ପୂଜା କରାଯାଏ।ସାତରେ ଶନିବାର ଭଗବାନ ଶନି ଙ୍କର ପୂଜା କରାଯାଏ।

ଆଉ ହିନ୍ଦୁମାନେ ବିଶ୍ୱାସ କରନ୍ତି ସେ ଦିନ ମାନଙ୍କରେ ସେ ଭଗବାନଙ୍କ ପ୍ରିୟ ଜିନିଷ କିଣିବା ଦ୍ୱାରା ଆମର ଶୁଭ ହୋଇଥଏ ବା ଆମକୁ ଶୁଭ ଫଳର ପ୍ରାପ୍ତି ହୋଇଥାଏ।ଏହାର ଅର୍ଥ ନୁହେଁ ଆମେ ଜରୁରୀ ପରିସ୍ଥିତିରେ ଶୁଭ ଅଶୁଭ ଫଳ ଦେଖିବା।ଆସନ୍ତୁ ଜାଣିବା କେଉଁ ଦିନ କେଉଁ ଜିନିଷ କିଣିବା ଶୁଭ ହୋଇଥାଏ।

ସୋମବାର ଦିନ ଭଗବାନ ଶିବଙ୍କର ଦିନ ହୋଇଥିବାରୁ ଆମେ ବହି କିମ୍ବା କମ୍ପ୍ୟୁଟର,ମୋବାଇଲ କିମ୍ବା କୌଣସି ପ୍ରକାରର ଷ୍ଟେସନାରୀ ଜିନିଷ କିଣିବା ଉଚିତ ନୁହେଁ ଏହି ଦିନ ଚାଉଳ ଓ କ୍ଷୀର ଜାତୀୟ ଜିନିଷ ଵାସନ କୁସନ କିଣିବା ଲାଭ ଦାୟକ ହୋଇଥାଏ।

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ଆରାଧନା କରାଯାଏ।ତାଙ୍କର ପ୍ରିୟ ରଙ୍ଗ ଲାଲ ହୋଇଥିବାରୁ ଏହି ଦିନ ନାଲି ରଙ୍ଗର ବସ୍ତ୍ର କିଣିବା ଶୁଭ ହୋଇଥାଏ କିନ୍ତୁ ଏହି ଦିନ ଜୋତା ଓ ଲୁହା ଜିନିଷ କିଣିବାରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ।

ବୁଧୁବାର ଦିନ ଭଗବାନ ଗଣେଶ ଓ ମା ସରସ୍ୱତୀଙ୍କୁ ପୂଜା କରାଯାଏ।ଏହି ଦିନ ଷ୍ଟେସ ନାରୀ କିମ୍ବା କଳା ସହିତ ସମ୍ବନ୍ଧୀୟ ଜିନିଷ କିଣିବା ଶୁଭ ହୋଇଥାଏ।

ଗୁରୁବାର ଦିନ ଇଲେକ୍ଟ୍ରୋନିକ ଜିନିଷ,କପଡା,ଜମିବାଡ଼ି ଆଦି କିଣିବା ଶୁଭ ହୋଇଥାଏ।

ଶୁକ୍ରବାର ଦିନ ଗହଣା,ପୂଜା ପାଠ ଜିନିଷ ଆଦି କିଣିବା ଶୁଭ ହୋଇଥାଏ।ଏହି ଦିନ ଶନି ଦେଵଙ୍କ ଦିନ ତେଣୁ ଏହି ଦିନ ଘର ଆସବା ଜିନିଷ କିଣିବା ଶୁଭ ହୋଇଥାଏ।ରବିବାର ଦିନ ନାଲି ରଙ୍ଗର ଜିନିଷ କିଣିଲେ ଶୁଭ ହୋଇଥାଏ।ଆଶା କରୁଛୁ ଆପଣ ମାନେ ଜାଣି ଯାଇଥିବେ କେଉଁ ଦିନ କେଉଁ ଜିନିଷ କଣିବା ଆମ ମାନଙ୍କ ପାଇଁ ଶୁଭ ହୋଇଥାଏ ତାହା ଆପଣମାନେ ନିଶ୍ଚିନ୍ତ ଭବାରେ ଜାଣି ସାରିଥିବେ ତେଣୁ ଆପଣ ଏହି ଦିନ ଏହି ସବୁ ଵସ୍ତୁ କିଣିବା ନିହାତି ଆବଶ୍ୟକ ଯାହାଦ୍ୱାର ଆପଣଙ୍କୁ ଶୁଭ ଫଳ ମିଳିବ।

Spread the love