ଜାଣନ୍ତୁ ପତ୍ନୀଙ୍କୁ କେଉଁ ଜିନିଷ ଉପହାର ଦେଲେ ପ୍ରସନ୍ନ ହୋଇଥାନ୍ତି ମା’ ଲକ୍ଷ୍ମୀ

ଧାର୍ମିକ ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀଙ୍କର ଅନେକ ରୂପ ମଧ୍ଯରୁ ଏକ ରୂପ ଗୃହଲକ୍ଷ୍ମୀ ଅବତାର ରହିଛି। ଏହି ରୂପରେ ଦେବୀ ପ୍ରତ୍ଯେକଙ୍କ ଘରେ ବାସ କରିଥାନ୍ତି। ସେହିପରି ଘରକୁ ଆସିଥିବା ନୂଆ ବୋହୂ କିମ୍ବା ପତ୍ନୀଙ୍କୁ ମଧ୍ଯ ହିନ୍ଦୁ ଧର୍ମରେ ଗୃହଲକ୍ଷ୍ମୀ କୁହାଯାଇଥାଏ। କୁହାଯାଇଥାଏ ଯେଉଁ ଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ସେହି ଘରେ ମା’ ଲକ୍ଷ୍ମୀଙ୍କର କୃପା ରହିଥାଏ। ଦେବୀ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡିନଥାଏ। କାରଣ ଆପର ନିଜ ପତ୍ନୀଙ୍କୁ ସମୟାନୁସାରେ ଏହି ୪ଟି ଖାସ୍ ଉପହାର ଦେବା ଦ୍ବାରା ଦେବୀ ଲକ୍ଷ୍ମୀ ଖୁସି ରହିଥାନ୍ତି ଏବଂ ଘରେ ସୁଖ-ସମୃଦ୍ଧି ଲାଗି ରହିଥାଏ।

-ଜ୍ଯୋତିଷଶାସ୍ତ୍ର ବ୍ଯତୀତ ମନୁସ୍ମୃତି ଏବଂ ପୁରାଣରେ ମଧ୍ଯ ଉଲ୍ଳେଖ କରାଯାଇଛି ଯେଉଁ ଘରେ ଗୃହଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି, ସେହି ଘରେ ମା’ ଲକ୍ଷ୍ମୀ ଧନ-ଧାନ୍ଯ ପୂରଣ କରି ରଖିଥାନ୍ତି। ଏବଂ ର୍ଯେୁ ଘରେ ନାରୀର ମନ ଦୁଃଖୀ ରହିଥାଏ ସେହି ଘରେ ଧନର ଅଭାବ ଏବଂ ସମସ୍ଯା ଆପେ ଆପେ ଚାଲିଆସିଥାଏ। ଏହି କାରଣରୁ ଗୃହଲକ୍ଷ୍ମୀ ବା ପତ୍ନୀଙ୍କୁ ସମୟାନୁସାରେ ବସ୍ତ୍ର ଉପହାର ଦେବା ଉଚିତ। ଗୃହଲକ୍ଷ୍ମୀଙ୍କ ବ୍ଯତୀତ ମା’, ଭଉଣୀ ଏବଂ ଅନ୍ଯ ବିବାହିତ ସ୍ତ୍ରୀ ମାନଙ୍କୁ ମଧ୍ଯ ବସ୍ତ୍ର ଉପହାର ଦେବା ଶୁଭ ହୋଇଥାଏ।

-ଶାସ୍ତ୍ରରେ ଉଲ୍ଳେଖ କରାଯାଇଛି ଆଭୂଷଣ ବିନା ଦେବୀଙ୍କ ପୂଜା ସମ୍ପନ୍ନ ହୋଇନଥାଏ। ଏହିକାରଣରୁ ଦେବୀଙ୍କ ପୂଜାରେ ନିଶ୍ଚିନ୍ତ ଅଳଙ୍କାର ସଜାଯାଇଥାଏ। ସେହିଭଳି ଗୃହଲକ୍ଷ୍ମୀମାନଙ୍କୁ ଅଳଙ୍କାର ଖୁବ୍ ପସନ୍ଦ ହୋଇଥିବାରୁ କେବେ କେବେ ଛୋଟ ହେଉ କିମ୍ବା ବଡ ଅଳଙ୍କାର ଦେବା ଉଚିତ।

-ସୁହାଗ ଜିନିଷ ଯେପରି ସିନ୍ଦୂର, ଟିକିଲି ଏବଂ ଚୁଡି ଦେବା ଦ୍ବାରା ସୌଭାଗ୍ଯ ବଢିଥାଏ। ଏହାଦ୍ବାରା ଦେବୀ ଅତି ପ୍ରସନ୍ନ ହୋଇଥାନ୍ତି। ଏହିକାରଣରୁ ପତ୍ନୀମାନଙ୍କୁ ଏହିସବୁ ଉପହାର ଦେବା ଉଚିତ।

Spread the love