ମା’ ପାଳୁଛନ୍ତି କାଳିଆ ପାଇଁ ବ୍ରତ

କେନ୍ଦୁଝର/ଘଟଗାଁ: କେନ୍ଦୁଝର ମାଉସୀ ମା’ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ମହିଳା ବ୍ରତ ପାଳନ କରି ନିଜ ପରିବାର ପାଇଁ ମଙ୍ଗଳ କାମନା କରିଛନ୍ତି । ପ୍ରତ୍ୟେକ ବର୍ଷ ଏହି ବ୍ରତକୁ ପାଳିଥାନ୍ତି ଶ୍ରଦ୍ଧାଳୁ । ହଜାର ହଜାର ସଂଖ୍ୟାରେ ମହିଳା ହାତରେ ଭୋଗ ଡାଲା ଓ ପୂଜା ସାମଗ୍ରୀ ଧରି ମାଆଙ୍କ ଆରଧନା କରିଛନ୍ତି । ତାରିଣୀ ବ୍ରତଧାରୀ ପୂଜା ଅର୍ଚ୍ଚନା କରିଛନ୍ତି । ମହିଳା ମାନେ ମାଆଙ୍କୁ ସ୍ମରଣ କରି ବ୍ରତରେ ୧୩ ଗଣ୍ଠି ପକାଇ ପୂଜା କରିଛନ୍ତି । ଏହାସହ ନିଜ ପରିବାରର ମଙ୍ଗଳ କାମନା କରିଛନ୍ତି । ବିଶ୍ୱାସ ରହିଛି ଏହି ବ୍ରତକୁ ପାଳନ କଲେ ବିପଦ ଖଣ୍ଡନ ହୋଇଥାଏ । ଯାତ୍ରା ଶୁଭପାଇଁ ବାହୁଡ଼ା ପୂର୍ବରୁ କାଳିଆ ଠାକୁରଙ୍କ ମାଆ କରିଥିଲେ ବ୍ରତ । ଏହାକୁ ରଥ ତାରିଣୀ ବ୍ରତ ମଧ୍ୟ କୁହାଯାଏ ।

ଏହାସହ ବିପଦ ତାରିଣୀ ବ୍ରତ ମଧ୍ୟ କୁହାଯାଏ । ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ମଧ୍ୟରେ ପଡ଼ୁଥିବା ମଙ୍ଗଳବାରରେ ଏହି ବ୍ରତ କରାଯାଏ । ପ୍ରଭୁ ଜଗନ୍ନାଥଙ୍କୁ ବିପଦରୁ ରକ୍ଷା କରିବା ପାଇଁ ଏହି ବ୍ରତ କରିଥିଲେ ବୋଲି ଲୋକକଥା ରହିଛି । ପ୍ରଭୁ ଜଗନ୍ନାଥ ଗୁଣ୍ଡିଚା ମନ୍ଦିରରେ ରହିବା ସମୟରେ ଏହି ବ୍ରତକୁ ପାଳନ କରିଥାନ୍ତି ମହିଳା । ଗତକାଲି ମଙ୍ଗଳବାର ହୋଇଥିବା ବେଳେ କେନ୍ଦୁଝର ଜିଲ୍ଲା ଘଟଗାଁରେ ମହିଳା ପାଳନ କରିଛନ୍ତି ମାଁ ତାରିଣୀଙ୍କ ବ୍ରତ । ସେହିପରି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ପୀଠରେ ତାରିଣୀ ବ୍ରତ ପାଳିଛନ୍ତି ଶ୍ରଦ୍ଧାଳୁ । ଜଗନ୍ନାଥଙ୍କ ରଥଯାତ୍ରା ସହ ଏହି ତାରିଣୀ ବ୍ରତ ଜ଼ଡ଼ିତ ରହିିଛି । ରଥଯାତ୍ରାରେ ତିନି ଠାକୁର ୯ ଦିନପାଇଁ ମାଉସୀ ମା ଘରକୁ ଯାଇଥିବା ବେଳେ ପ୍ରଭୁଙ୍କ ମଙ୍ଗଳ କାମନା କରି ମାଆ ଏହି ପୂଜା କରିଥିବାରୁ ତାରିଣୀ ପୀଠରେ ଏହି ବ୍ରତକୁ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ରୀତି ନୀତି ଅନୁସାରେ ମାଆଙ୍କ ପୂଜା ହେବାସହ ବ୍ରତ ପାଳନ ହୋଇଥାଏ ।

Spread the love