ଆସନ୍ତାକାଲି ଠାରୁ କାଉଣ୍ଟରକୁ ଯାଇ ଆଣିପାରିବେ ମଦ

ଆସନ୍ତା କାଲିଠାରୁ ରାଜ୍ୟରେ କାଉଣ୍ଟରରେ ପାଇବେ ମଦ । ସମସ୍ତ ପ୍ରକାର ବିଦେଶୀ ମଦ , ବିୟର ଦୋକାନ କାଉଣ୍ଟରରେ ମିଳିବ ।ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାର ସମୟ ରହିଛି । ଯେଉଁ ଅନୁସାରେ ମୂଲ୍ୟ ଧାର୍ଯ୍ୟ କରାଯାଇଛି ସେହି ମୂଲ୍ୟରେ ମଦ ବିକ୍ରୀ କରାଯିବ । ୱାଇନ , ବିୟର , ଦେଶୀ ଓ ବିଦେଶୀ ମଦକୁ ଗ୍ରାହକ କାଉଣ୍ଟରରୁ କିଣିପାରିବେ । ଯଦି ଗହଳି ପରିଲିଖିତ ହେବ , ତେବେ ଆବଶ୍ୟକ ପଡ଼ିଲେ ବ୍ୟାରିକେଡ଼୍ ଲଗାଇ ମଦ ବିକ୍ରି କରାଯିବ ।

ସଂନ୍ଧ୍ୟାକାଳୀନ ଭିଡ଼କୁ ଏଡ଼ାଇବା ପାଇଁ ୬ଟା ପର୍ଯ୍ୟନ୍ତ କାଉଣ୍ଟରରେ ମଦ ମିଳିବ । ଭିଡ଼ ଏଡ଼ାଇବାକୁ ଇ – ଟୋକନ ବ୍ୟବସ୍ଥା କରାଯିବ । ପୋର୍ଟାଲରେ ସ୍ଲଟ ବୁକିଂ କରି ଗ୍ରାହକମାନଙ୍କୁ ଟୋକନ ହାସଲ କରିବାକୁ ପଡ଼ିବ । କେବଳ ଯୋକନ ପାଇବା ପରେ ଜଣେ ମଦ ଦୋକାନ ଯାଇପାରିବେ । ଇ – ଟୋକନ କିଭଳି ମିଳିବ , ସେ ନେଇ ଦୋକାନୀ ମାନେ ଡିସପ୍ଲେ କରିବେ । ଭିଡ଼ ଏଡ଼ାଇବାକୁ ଦୋକାନରେ ଅଧିକ କର୍ମଚାରୀଙ୍କୁ ମଧ୍ୟ ନିୟୋଜନ କରାଯିବ ।ସାମଜିକ ଦୂରତ୍ୱ ଯେମିତି ବଜାୟ ରହିବ ,ସେ ନେଇ ନଜର ରଖିବେ ଦୋକାନୀ । ସମସ୍ତ ଗ୍ରାହକଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ।ଏଥିସହ ପୂର୍ବପରି ଗ୍ରାହକମାନେ ହୋମ୍ ଡେଲିଭରିରେ ମଧ୍ୟ ମଦ ମଗାଇ ପାରିବେ । କୌଣସି ପ୍ରକାର ନିୟମ ଉଲ୍ଲଘଂନ ହେଉଥିଲେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ଦୋକାନକୁ ବନ୍ଦ କରିପାରିବେ ।
Spread the love