ବାହୁଙ୍ଗୀ ବଦଳରେ ବୋଲବମ୍ ଭକ୍ତଙ୍କ ହାତରେ ମଦ ବୋତଲ

ପୁରୀ ୧୮।୭: ଶ୍ରାବଣ ମାସର ପ୍ରଥମ ସୋମବାର । ଶୈଠପୀଠରେ ଲାଗିଛି କାଉଡିଆଙ୍କ ଭିଡ । ଭକ୍ତି ଓ ନିଷ୍ଠାର ସହ ଶିବ ଲିଙ୍ଗରେ ପାଣି ଢାଳୁଛନ୍ତି ଶ୍ରଦ୍ଧାଳୁ । ତେବେ ପୁରୀରେ ଦେଖିବାକୁ ମିଳିଛି ଅଦ୍ଭୁତ ଦୃଶ୍ୟ । ବୋଲବମ୍ ଭକ୍ତ ମଦ ଦୋକାନରେ ଦେଖିବାକୁ ମିଳିଛି ।

ଜଣେ ବୋଲବମ୍ ଭକ୍ତ ପୁରୀ କୁମ୍ଭାରପଡା ଛକ ନିକଟରେ ଥିବା ମଦ ଦୋକାନରୁ ମଦ କିଣୁଥିବା ଦେଖିବାକୁ ମିଳିଛି ‌। ହାତରେ ମଦ ବୋତଲ ଧରି ବୋଲବମ୍ ଭକ୍ତ ଜଣକ ରାସ୍ତା ପାର୍ ହେବା ପରେ ତାଙ୍କ ସହ ଆଉ କିଛି ବୋଲବମ୍ ଭକ୍ତ ଥିବା ଦେଖିବାକୁ ମିଳିଛି । ବିଶ୍ବାସ ରହିଛି, ଶ୍ରାବଣ ମାସରେ ଯେଉଁ ବୋଲବମ୍‌ମାନସିକଧାରୀମାନେ ଏହି ବ୍ରତ ପାଳନ କରିଥାନ୍ତି ସେମାନେ ସମ୍ପୂର୍ଣ୍ଣ ନିଷ୍ଠାର ସହ ରହିଥାନ୍ତି । କିନ୍ତୁ ଏହି ବୋଲବମ୍ ଭକ୍ତମାନ ନିଷ୍ଠାରେ ରହିବା ତ ଦୂରର କଥା ମଦ ଦୋକାନରୁ ମଦ କିଣି ମଦ୍ୟପାନ କରୁଥିବା ଏହାକୁ ଲୋକେ ନାପସନ୍ଦ କରିଛନ୍ତି ।

Spread the love