ଶସ୍ତା ହେଲା ମଦ, ଏବେ ୨୫% ରିହାତି ଦେବେ ଦୋକାନୀ

ନୂଆଦିଲ୍ଲୀ ୦୩/୦୪:    ମଦ୍ୟପମାନଙ୍କ ପାଇଁ ଦିଲ୍ଲୀ ସରକାରଙ୍କ ବଡ ଘୋଷଣା । ଏବେ ମଦ ବିକ୍ରି କରୁଥିବା ବେସରକାରୀ ଦୋକାନୀ ଶସ୍ତାରେ ମଦ ବିକି ପାରିବେ । ଏମଆରପି ଉପରେ ଦୋକାନୀ ଏବେ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟରେ ଏନେଇ ତଥ୍ୟ ପ୍ରଦାନ କରାଯାଇଛି । କରୋନା ଜନିତ କାରଣରୁ ଏପରି କରାଯାଇଥିବା ସୂଚନା ମିଳିଛି ।

ଦିଲ୍ଲୀ ଅବକାରୀ ବିଭାଗର କହିବାନୁସାରେ, ବେସରକାରୀ ଦୋକାନରେ ଦୋକାନୀ ଗ୍ରାହକଙ୍କୁ ୨୫ ପ୍ରତିଶତ ଯାଏଁ ରିହାତି ଦେଇପାରିବେ । ଏଥିପାଇଁ ଅବକାରୀ ନିୟମ ୨୦୧୦ର ସେକ୍ସନ ୨୦କୁ ପାଳନ କରିବାକୁ ହେବ । ତେବେ ଅବକାରୀ ବିଭାଗ ରଖିଥିବା ସମସ୍ତ ସର୍ତ୍ତକୁ ଦୋକାନୀ ପାଳନ କରିବା ଜରୁରୀ । ନଚେତ ସଂପୃକ୍ତ ଦୋକାନୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପୂର୍ବରୁ ଲାଗିଥିବା ପ୍ରତିବନ୍ଧକ

କରୋନା ପ୍ରକୋପ ମଧ୍ୟରେ ଦିଲ୍ଲୀରେ ଦୋକାନୀମାନେ ଦେଉଥିବା ରିହାତି କାରଣରୁ ଅନେକ ସ୍ଥାନରେ ଗହଳି ଦେଖିବାକୁ ମିଳିଥିଲା । ତେଣୁ ସରକାର ସମସ୍ତ ରିହାତି ଉପରେ ପ୍ରତିବନ୍ଧକ ଲଗାଇଥିଲେ । ସରକାର ଗତ ନଭେମ୍ବରରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ । ଏଥିରେ ୮୪୯ ଦୋକାନକୁ ଲାଇସେନ୍ସ ମିଳିଥିଲା । ଏହାସହ ଦୋକାନୀ ଏମଆରପି କିମ୍ବା ସର୍ବାଧିକ ବିକ୍ରୟ ମୂଲ୍ୟ ଉପରେ ରିହାତି ଦେଇପାରିବେ ବୋଲି କୁହାଯାଇଥିଲା ।

Spread the love