ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପୂର୍ବତନ ସହ ସରକାର୍ଯ୍ୟବାହ ମଦନ ଦାସ ଦେବୀଙ୍କ ନିଧନରେ ରାଜ୍ୟ ବିଜେପିର ଶୋକ

ଭୁବନେଶ୍ୱର, ତା.୨୪/୦୭: ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ପୂର୍ବତନ ସହ ସରକାର୍ଯ୍ୟବାହ ଶ୍ରୀ ମଦନ ଦାସ ଦେବୀଙ୍କ ୮୧ ବର୍ଷ ବୟସରଙ୍କ ପରଲୋକ ହୋଇଛି । ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିବା ସ୍ୱର୍ଗତଃ ମଦନ ଜୀଙ୍କ ବାଙ୍ଗାଲୋରଠାରେ ନିଧନ ଘଟିଛି । ସ୍ୱର୍ଗତଃ ମଦନଜୀ ତାଙ୍କ ଜୀବଦଶାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ଅଖିଳ ଭାରତୀୟ ସଂଗଠନ ମନ୍ତ୍ରୀ ବାବେ ଏକ ସଶକ୍ତ ଛାତ୍ର ଓ ଶିକ୍ଷକ ସଂଗଠନ ଗଢି ତୋଳିବାରେ ପ୍ରମୁଖ ଭୁମିକା ଗ୍ରହଣ କରିଥିଲେ । ପରବର୍ତୀ ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ପ୍ରଚାରକ ଭାବେ କାର୍ଯ୍ୟାରମ୍ଭ କରି ସହ ସରକାର୍ଯ୍ୟବାହ ଦାୟୀତ୍ୱକୁ ସୁଚାରୁ ରୂପେ ନିର୍ବାହ କରିଥିଲେ । ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଅନେକ ଛାତ୍ର ଓ ଯୁବକ ରାଷ୍ଟ୍ର ସେବା ପାଇଁ ପ୍ରେରଣା ପାଇଥିଲେ । ସ୍ୱର୍ଗତଃ ମଦନଜୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ରଙ୍କ ସମେତ ଅନେକ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତି କରିଛନ୍ତି ।
ରାଷ୍ଟ୍ର ସେବାରେ ସମର୍ପିତ ସ୍ୱର୍ଗତ ମଦନ ଜୀ ଆମ ସମସ୍ତଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶୋକ ବ୍ୟକ୍ତ କରି ଶ୍ରୀ ସାମଲ କହିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି ଦୁଖଦଃ ସମୟରେ ତାଙ୍କ ଆତ୍ମୀୟ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

Spread the love