ମଦନମୋହନଙ୍କ ବିୟୋଗରେ ଦୁଃଖ ପ୍ରକାଶ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ଉତ୍ତର ଓଡ଼ିଶାର ଟାଣୁଆ ବିଜେପି ନେତା ତଥା ବାଲେଶ୍ୱର ସଦର ବିଧାୟକ ମଦନ ମୋହନ ଦତ୍ତଙ୍କର ପରଲୋକକୁ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି ଯେ “ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତ ପ୍ରିୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଶ୍ରୀଯୁକ୍ତ ଦତ୍ତ ମୋର ଭାଇ ଭଳି ଥିଲେ । ଅତ୍ୟନ୍ତ ଖୋଲା, ଆମାୟିକ ତଥା ଲୋକଙ୍କ ପାଇଁ ସମର୍ପିତ ଥିଲେ ”। ସେହିପରି ବାଲେଶ୍ୱର ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଟ୍ୱିଟ କରି ଲେଖିଛନ୍ତି ଯେ “ବାଲେଶ୍ୱରର ବିଧାୟକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରଦ୍ଧେୟ ମଙ୍ଗୁ ଭାଇଙ୍କ ଅକାଳ ବିୟୋଗ ବିନା ମେଘରେ ବଜ୍ରପାତ ଭଳି ଆମ ସମସ୍ତଙ୍କୁ ମର୍ମାହତ କରିଛି । ଗରିବ ଲୋକଙ୍କ ହକ ପାଇଁ ସେ ସର୍ବଦା ଅନ୍ୟାୟ, ଅନିତି ଏବଂ ଶୋଷଣ ବିରୁଦ୍ଧରେ ସାଲିସ୍ ବିହୀନ ସଂଘର୍ଷ ଜାରି ରଖିଥିଲେ ”।

Spread the love