ମଧୁମେହ ରୋଗୀଙ୍କ ପାଇଁ ରସୁଣ ଚା’

ରସୁଣ ସ୍ୱାସ୍ଥ୍ୟ ପାଇଁ ଖୁବ ହିତକର ହୋଇଥାଏ। ରସୁଣ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି ଶକ୍ତି ବଢ଼ିଥାଏ ।ଆପଣ ସମସ୍ତେ ରସୁଣକୁ ଅନେକ ପ୍ରକାର ଖାଉଥିବେ। କିନ୍ତୁ କେବେ ଆପଣ ରସୁଣ ଚା’ ପିଇଛନ୍ତି । ଏବେ ସମସ୍ତଙ୍କ ଘରେ ଚା’ କୁ ନେଇ ଅନେକ କିଛି ଏକ୍ସପେରିମେଣ୍ଟ ହେଉଛି। ତେଣୁ ଆପଣ ମଧ୍ୟ ରସୁଣକୁ ନେଇ ଏକ୍ସପେରିମେଣ୍ଟ କରିପାରିବେ।

ରସୁଣର ବ୍ୟବହାର ଜଡ଼ିବୁଟି ପାଇଁ କରାଯାଇଥାଏ । ତେବେ ଆଜି ଆମେ ରସୁଣରେ ତିଆରି ଚା ସମ୍ପର୍କରେ କହିବୁ, ଯାହା ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ।

– ହାଇପରଟେନସନ ଓ ଡାଇବେଟିଜ ପାଇଁ ରସୁଣ ଖୁବ ଭଲ ହୋଇଥାଏ ।ଏହାର ଚା’ ପିଇବା ଦ୍ୱାରା ଶରୀରକୁ ଆରାମ ମିଳିଥାଏ। ଏହାକୁ ସହଜରେ ଘରେ ତିଆରି କରାଯାଇପାରିବ। ଏହି ଚା’ରେ ଆପଣ ଲେମ୍ବୁ ଓ ମହୁ ମିଶାଇ ଏହାକୁ ପିଇପାରିବେ।
– ଆଣ୍ଟି ଭାଇରାଲ ଓ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ପାଇଁ ରସୁଣ ଚା’ ପିଇବାକୁ କୁହାଯାଏ। ଏହା ମେଟାବୋଲିଜିମ , ଇମ୍ୟୁନିଟି ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ।
– ଏଥିରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଥାଏ ।ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିଥାଏ।
ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗ୍ୟାସରେ ପାଣି ଫୁଟାନ୍ତୁ। ଏହାପରେ ଚା’ ପତି ଢ଼ାଳନ୍ତୁ। ପରେ ରସୁଣ ପକାଇ କିଛି ସମୟ ପାଇଁ ଫୁଟାନ୍ତୁ। ପରେ ଗୁଜୁରାତି ପକାଇ ଏହାକୁ ଛାଣି ଦିଅନ୍ତୁ। ମହୁ ମିଶାଇ ଏହାକୁ ପିଅନ୍ତୁ।

Spread the love