ପ୍ରେମିକା ହେବା ପରେ ସଲମାନଙ୍କ ଭାଉଜ ହେବି ନାହିଁ ! ଜାଣନ୍ତୁ କାହିଁକି ଏଭଳି କହିଥିଲେ ମାଧୁରୀ

ମୁମ୍ବ‌ାଇ: ‘ହମ୍ ଆପକେ ହେଁ କୌନ୍’ରେ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ସଲମାନ ଖାନଙ୍କ ଯୋଡି ଦର୍ଶକଙ୍କ ହୃଦୟ ଜିତିଥିଲା। ଉଭୟଙ୍କ ଅନ୍-ସ୍କ୍ରିନ୍ କେମେଷ୍ଟ୍ରି ସମସ୍ତଙ୍କ ମନ କିଣିଥିଲା। ସଲମାନ ଖାନଙ୍କ ଫିଲ୍ମ ‘ହମ ସାଥ ସାଥ ହେଁ’ ମଧ୍ୟ ଏକ ବ୍ଲକବଷ୍ଟର ହିଟ୍ ହୋଇଥିଲା। କିନ୍ତୁ ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ର ମାଧୁରୀ ଦୀକ୍ଷିତଙ୍କୁ ଅଫର୍ କରାଯାଇଥିଲା। ହେଲେ ମାଧୁରୀ ଏହି ଫିଲ୍ମ କରିବାକୁ ମନା କରିଥିଲେ। ଏହାର କାରଣ ଥିଲେ ସଲମାନ ଖାନ।

ଜାତୀୟ ଗଣମାଧ୍ୟମ ରେଡିଫଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ମାଧୁରୀ ଦୀକ୍ଷିତ କହିଛନ୍ତି ଯେ, ‘ହମ ସାଥ ସାଥ ହେଁ’ରେ ତାଙ୍କୁ ସଲମାନଙ୍କ ଭାଉଜ ଚରିତ୍ର କରିବାକୁ ଅଫର ମିଳିଥିଲା, ଯେଉଁ ଚରିତ୍ର ଅଭିନେତ୍ରୀ ତବୁ କରିଥିଲେ। ହେଲେ ‘ହମ୍ ଆପକେ ହେଁ କୌନ୍’ରେ ପ୍ରେମିକା ହୋଇସାରିବା ପରେ ‘ହମ ସାଥ ସାଥ ହେଁ’ରେ ସଲମାନଙ୍କ ଭାଉଜ ହେବାକୁ ଚାହୁନଥିଲେ ମାଧୁରୀ। ସେ ସୂରଜ ବଡଜାତ୍ୟାଙ୍କ ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିବାକୁ ଚାହୁନଥିବାରୁ ତାଙ୍କୁ କରିସ୍ମା କପୁର କିମ୍ବା ସୋନାଲି ବେନ୍ଦ୍ରେଙ୍କ ଚରିତ୍ର ଦେବାକୁ ସୂରଜଙ୍କୁ ପ୍ରସ୍ତାବ ଦେଇଥିଲେ ମାଧୁରୀ। ହେଲେ ତାଙ୍କୁ ନିଜ ମନ ମୁତାବକ ଚରିତ୍ର ନମିଳିବାରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଉଲ୍ଲେଖଯୋଗ୍ୟ, ଦୀପାବଳି ଅବସରରେ ନଭେମ୍ବର ୫,୧୯୯୯ରେ ‘ହମ ସାଥ ସାଥ ହେଁ’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୩୯.୧୮କୋଟି ଟଙ୍କା ସଂଗ୍ରହ କରିଥିଲା ​​ଏବଂ ଏହା ସଲମାନ ଖାନଙ୍କ ଦ୍ୱିତୀୟ ବ୍ଲକବଷ୍ଟର ହିଟ୍ ହୋଇଥିଲା।

Spread the love