ମଦୁଆ ସ୍ୱମୀର ସଇତାନ କାଣ୍ଡ, ଚଳନ୍ତା ଅଟୋରୁ ପତ୍ନୀ ଓ ନବଜାତ ଶିଶୁକୁ ଠେଲି ଦେଇ କଲା ଗୁରୁତର

ମଦୁଆ ସ୍ୱମୀଙ୍କ ଉନ୍ମତ୍ତ  କାଣ୍ଡ। ଚଳନ୍ତା ଅଟୋରୁ ପତ୍ନୀ ଓ ନବଜାତ ଶିଶୁକୁ ଠେଲି ଦେଲେ। ଉଭୟ ଶିଶୁ ଓ ମାଆ ଗୁରୁତର ଆହତ ହୋଇଛନ୍ତି। ବାଲେଶ୍ଵର ସୋର ଅଞ୍ଚଳରେ ଏପରି ଘଟଣା ଘଟିଛି। ଔପଦା ବ୍ଲକ୍‌ କମାରପାଳ ଗରୁଡହତା ଅଞ୍ଚଳର ପ୍ରଦୀପ ଗିରି କେନ୍ଦ୍ରାପଡା ରାଜକନିକା ଅଞ୍ଚଳର ସଙ୍ଗୀତାଙ୍କୁ ପ୍ରେମ ବିବାହ କରିଥିଲେ। ୪ ଦିନ ତଳେ ସୋରସ୍ଥିତ ଏକ ନର୍ସିଂହୋମରେ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ସଙ୍ଗୀତା। ଆଜି ନର୍ସିଂହୋମରୁ ଡିସ୍‌ଚାର୍ଜ ହୋଇଥିଲେ ।

ଘରକୁ ଫେରୁଥିବା ବେଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଉତ୍‌କ୍ଷିପ୍ତ ହୋଇ ସ୍ୱାମୀ ପ୍ରଦୀପ ଉଭୟ ନବଜାତ ଶିଶୁ ଓ ମାଆକୁ ରାଜବନ୍ଧ ଛକ ନିକଟରେ ଚଳନ୍ତା ଅଟୋରୁ ତଳକୁ ଠେଲି ଦେଇଥିଲେ। ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସ୍ୱାମୀ ପ୍ରଦୀପ ଗିରି ଫରାର ଅଛି।
Spread the love