ବରଯାତ୍ରୀ ନେଇ ବାହାରିବେ ମହାଦେବ

ସମ୍ବଲପୁର : ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହ ଉତ୍ସବରେ ଆଜି ରାତିରେ ଭକ୍ତଙ୍କ କାନ୍ଧରେ ଦେବ ଦେବ ମହାଦେବ ବରଯାତ୍ରୀ ବାହାରିବେ। ମାହେନ୍ଦ୍ରବେଳାରେ ଦେବଦମ୍ପତିଙ୍କ ବିବାହ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଛି। ବିବାହରେ ସାମିଲ ହେବାକୁ ଦେବଦେବୀଙ୍କୁ ଗତକାଲି ରାତିରେ ପରମ୍ପରାନୁସାରେ ବୀର ହନୁମାନ ଗୁଆ ଦେଇ ନିଉତା(ନିମନ୍ତ୍ରଣ) ଦେଇଛନ୍ତି। ଝାଡୁଆପଡା ଲୋକନାଥ ବାବା, ମୁଦିପଡା ଜାଗେଶ୍ୱର ବାବା, ବଡବଜାର ଶୀତଳେଶ୍ୱର ବାବା, ଠାକୁରପଡା ଗୁପ୍ତେଶ୍ୱର ବାବା, ବୁଢାରଜା ମହାଦେବ, ଦୁର୍ଗାପାଲି ଗୁଡେଶ୍ୱର ବାବା ଓ ବାଲିବନ୍ଧା ସୋମନାଥ ବାବା ଏବଂ ମାତା ପାର୍ବତୀ ବିବାହୋତ୍ସବରେ ଯୋଗଦେବାକୁ ହନୁମାନ ଦେବଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି।

Spread the love