ପ୍ରବଳ ବର୍ଷାରେ ବି ବଡ଼ ଦେଉଳ ଚୂଡ଼ାରେ ଜଳିଲା ମହାଦୀପ

ରଥଯାତ୍ରା ବେଳେ ଅଲୌକିକ ଘଟଣା। ପ୍ରବଳ ବର୍ଷାରେ ବି ଜଳିଲା ମହାଦୀପ। ଆଡପ ମଣ୍ଡପ ପହଣ୍ଡି ପରେ ଗତକାଲି ହରିଶୟନ ଏକାଦଶୀ ଅବସରରେ ଦେଖିବାକୁ ମିଳିଥିଲା ଚମତ୍କାର। ଏକାଦଶୀ ନୀତି ଅନୁଯାୟୀ ଶ୍ରୀମନ୍ଦିର ଚୂଡାରେ ମହାଦୀପ ଉଠିବା ସମୟରେ ହୋଇଥିଲା ପ୍ରବଳ ବର୍ଷା। କିନ୍ତୁ ମହାଦୀପ ପ୍ରଜ୍ଜ୍ୱଳନ ସମୟରେ ବାଧକ ସାଜିନଥିଲା ବର୍ଷା। ଚୂନରା ସେବାୟତ ତିନୋଟି ଦୀପ ପ୍ରଜ୍ଵଳନ କରି ନୀଳଚକ୍ର ବେଢା ପରିକ୍ରମା ସମୟରେ ବର୍ଷା ହେଉଥିଲେ ମଧ୍ୟ ଦୀପ ହୁତୁହୁତୁ ହୋଇ ଜଳୁଥିଲା। ରଥ ନିକଟରେ ବର୍ଷା ହେଉଥିବା ବେଳେ ଶ୍ରୀମନ୍ଦିର ଚୂଡାରେ ବର୍ଷାର ପ୍ରଭାବ ଅନୁଭୂତ ହୋଇନଥିବାରୁ ଏହା ମହାପ୍ରଭୁଙ୍କ ଚମତ୍କାରିତା ବୋଲି ଭକ୍ତ କହିଛନ୍ତି।

Spread the love