ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ: ବ୍ୟୟ କରାଯିବ ୧୪ କୋଟି

ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଆଜି ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି ।

ସମୀକ୍ଷା ବିବରଣୀରୁ ପ୍ରକାଶ ଯେ ଚଳିତ ବର୍ଷ ଏମ.ଜି.ଏନ୍‌.ଆର୍‌.ଜି.ଏସ୍‌ରେ ମାହାଙ୍ଗା ବ୍ଲକରେ ୪ କୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ସକରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ନିର୍ଦ୍ଧିଷ୍ଟ ଯୋଜନା ମୁତାବକ କାର୍ଯ୍ୟକାରୀ କରାଯିବ ଯହାଫଳରେ ସାଧାରଣ ଲୋକମାନେ ଯେଭଳି ଭାବେ ଉପକୃତ ହୋଇପାରିବେ ତାହା ଉପରେ ମନ୍ତ୍ରୀ ଶ୍ରୀ ଜେନା ଗୁରୁତ୍ୱ ଆରୋପ କରିଛନ୍ତି ।ସେହିପରି ଜଳଛାୟା ନିର୍ମାଣ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି । ମାହାଙ୍ଗା ବ୍ଲକରେ ୫୨ ଗୋଟି ଏବଂ ନିଶ୍ଚିନ୍ତକୋଇଲି ବ୍ଲକରେ ୯୬ ଗୋଟି ଅଙ୍ଗନବାଡି ଗୃହ ନିର୍ମାଣ କାର୍ଯ୍ୟ ଚାଲିଛି । ସେଗୁଡିକର ନିର୍ମାଣକାର୍ଯ୍ୟ ତ୍ୱରାନ୍ୱିତ କରି ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ଲୋକସେବା ଭବନଠାରେ ଅନୁଷ୍ଠିତ ଉକ୍ତ ବୈଠକରେ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ/ଅଧ୍ୟକ୍ଷ ପ୍ରତିନିଧି , କଟକ ଜିଲ୍ଲା ଗ୍ରାମ୍ୟଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅବଦୁଲ ଅକ୍‌ତାର , କଟକ ଓ ଭୁବନେଶ୍ୱର ଡି.ଏଫ୍‌.ଓ , ଦୁଇ ବ୍ଲକର ବି.ଡି.ଓ ଏବଂ ରେଞ୍ଜ ଅଫିସରଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Spread the love