ମହାପ୍ରଭୁଙ୍କ ଦୋଳଯାତ୍ରା ପାଇଁ ଆଜି ଛତିଶା ନିଯୋଗ ବୈଠକ

ଆସନ୍ତା ୯ ରେ ଦୋଳପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ଵତନ୍ତ୍ର ନୀତିକାନ୍ତ ହେବ। ତେଣୁ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ପାଇଁ ଆଜି ଅପରାହ୍ଣରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ହେବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର, ଜିଲ୍ଲାପାଳ, ଏସପି, ସେବାୟତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନେ ଯୋଗଦେବେ।

ଚଳିତ ମାସ ୮ତାରିଖରେ ମେଣ୍ଢାପୋଡି ଓ ୯ରେ ଦୋଳପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁ ଦୋଳବେଦୀକୁ ବିଜେ କରିବେ। ତେଣୁ ଆଜିର ବୈଠକରେ ମହାପ୍ରଭୁଙ୍କ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ଉପରେ ବିସ୍ତୃତ ଆଲୋଚନା କରାଯିବ। ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି କିପରି ଭାବରେ ଶୃଙ୍ଖଳିତ ଉପାୟରେ ହେବ ସେନେଇ ଛତିଶା ନିଯୋଗ ସେବାୟତ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବେ।

Spread the love