ମହାମାରୀ କରୋନା ସହ ଆସୁଛି ବ୍ଲାକ୍ ଫଙ୍ଗସ୍ : ମହାରାଷ୍ଟ୍ରରେ ୮ ମୃତ

ମୁମ୍ବାଇ: କରୋନା ବିପତ୍ତି ସମୟରେ  ଆଉ ଏବେ ବ୍ଲାକ୍ ଫଙ୍ଗସ୍ । ମହାରାଷ୍ଟ୍ରରେ ବ୍ଲାକ୍ ଫଙ୍ଗସ୍ ରୋଗରେ ୮ ଜଣକ ମୃତ୍ୟୁ ହୋଇଛି । DMERର ରିପୋର୍ଟ ଅନୁସାରେ ମହାରାଷ୍ଟ୍ରରେ ‘ମ୍ୟୁକୋର ମାଇକୋସିସ୍’ ରୋଗରେ ୨୦୦ ଜଣ ଚିକିତ୍ସା ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ୮ ଜଣକ ଜୀବନ ଯାଇଛି । ଏହି ରୋଗ ଏବେ ମହାରାଷ୍ଟ୍ର ସହ ଦିଲ୍ଲୀ ଓ ଗୁଜରାଟରେ ମଧ୍ୟ  ଦେଖା ଦେଇଛି । କରୋନା ସଂକ୍ରମିତ ହେଉଥିବା ବ୍ୟକ୍ତିଙ୍କ ବିରୋଧରେ ଅଧିକ ଘାତକ ସାବ୍ୟସ୍ତ ହେଉଛି ଏହି ରୋଗ । ବିଶେଷକରି ମଧୁମେହ, କିଡନୀ ଓ କର୍କଟ ରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ସେହିପରି ଦୀର୍ଘ ଦିନ ଧରି ଷ୍ଟେରଏଡ୍ ବ୍ୟବହାର କରୁଥିବା ରୋଗୀଙ୍କ କ୍ଷେତ୍ରରେ ବି ଅଧିକ କ୍ଷତି କରିପାରେ । ନାକରୁ କଳା ପାଣି ବୋହିବା, ନିଶ୍ବାସ ନେବାରେ କଷ୍ଟ ହେବା ଓ ଅସହ୍ୟ ଯନ୍ତ୍ରଣା ଅନୁଭବ ହେବା ଏହି ରୋଗର ପ୍ରମୁଖ ଲକ୍ଷଣ । କରୋନା ସଂକ୍ରମିତ ଆଇସିୟୁରୁ ସୁସ୍ଥ ହୋଇ ଫେରିବା ପରେ ସେମାନଙ୍କ ଠିକ୍ ଭାବେ ଯତ୍ନ ନିଆନଗଲେ ସେମାନେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି । ବ୍ଲାକ୍ ଫଙ୍ଗସ୍ ରୋଗରେ ଆକ୍ରନ୍ତ ହେଉଥିବା ଲୋକଙ୍କ ଆଖି ନଷ୍ଟ ହୋଇଥାଏ ।

Spread the love