ଆମେ ସାହାଯ୍ୟ ପାଇଁ ଚିତ୍କାର କରୁଥିଲୁ, ହେଲେ ପାଖକୁ କେହି ଆସିଲେନି

‘ଆମେ ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥିଲୁ. ସେପଟେ ଅନେକ ଗାଡି ଯାଉଥିଲା ହେଲେ ସାହାଯ୍ୟ କରିବାକୁ କେହି ଅଟକିଲେ ନାହିଁ.’ ଏ ହେଉଛି ମହାରାଷ୍ଟ୍ର ବସ୍ ପୋଡି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ଜଣେ ଆହତ ଯାତ୍ରୀଙ୍କ କୋହଭରା ବୟାନ୍ । ଲୋକେ ନିଆଁରେ ପୋଡି ଛଟପଟ ହେଉଥିଲେ । ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ ।

ହେଲେ ପାଖରେ ସେମାନଙ୍କୁ ବଞ୍ଚାଇବାକୁ କିଛି ବି ସାଧନ ନଥିଲା । କାରଣ ଏକଥା କହୁଥିବା ଯାତ୍ରୀ ଜଣକ ନିଜେ ବି ମୃତ୍ୟୁକୁ ମାତଦେଇ ଅଳ୍ପକେ ବଞ୍ଚିଯାଇଥିଲେ । ସେ ନିଜେ ବି ବେସାହାରା ଥିଲେ । ହେଲେ ସେହିବାଟରେ ଯାଉଥିବା ପ୍ରତିଟି ଗାଡିକୁ ସାହାଯ୍ୟ ପାଇଁ ଅଟକାଇବାକୁ ଚେଷ୍ଟା କରୁଥିଲେ । ହେଲେ କେହି ବି ଶୁଣିଲେନି । ସମସ୍ତେ ସବୁ ଦେଖି ନଦେଖିଲା ଭଳି ପଳାଇଲେ । ଖବର ପାଇ ପାଖ ଗାଁ ଲୋକ ଆସିଥିଲେ । ସେମାନେ ଖବର ଦେବାରୁ ପୁଲିସ ଓ ଦମକଳ ବାହିନୀ ଆସି ଆମ୍ବୁଲାନ୍ସ ସହ ପହଞ୍ଚିଥିଲେ । ହେଲେ ସେତେବେଳକୁ ଅନେକ କିଛି ଘଟିସାରିଥିଲା । ୨୬ଜଣ ଯାତ୍ରୀ ଜିଅନ୍ତା ପୋଡିଯାଇ ପ୍ରାଣ ହରାଇସାରିଥିଲେ । ଆଉ କିଛି ଯାତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଗୁରୁତର ଆହତ ଓ ଅନ୍ୟ ଆହତଙ୍କୁ ତୁରନ୍ତ ମେଡିକାଲ ନିଆଯାଇ ଚିକିତ୍ସା କରାଯାଉଛି ।

Spread the love