ମହାଶିବରାତ୍ରୀରେ ପ୍ରଭୁଙ୍କୁ ଅର୍ପଣ କରନ୍ତୁ ସ୍ୱତନ୍ତ୍ର ଭୋଗ

 ଆଜି ମାର୍ଚ୍ଚ ୧ ପବିତ୍ର ମହାଶିବରାତ୍ରୀ। ଭଗବାନ ଶଙ୍କରଙ୍କୁ ପ୍ରସନ୍ନ କରିବା ପାଇଁ ଏହିଦିନ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥାଏ। ଭଗବାନଙ୍କୁ ଫୁଲ ସହ ବେଲପତ୍ର ମଧ୍ୟ ଅର୍ପଣ କରାଯାଇଥାଏ। ଏହାସହ କ୍ଷୀର,ଦହି, ବିଭିନ୍ନ ପ୍ରକାର ଭୋଗ ଅର୍ପଣ କରାଯାଇଥାଏ। ସେପରି କୁହାଯାଏ ଭଗବାନ ଶଙ୍କର ବେଲପତ୍ର ଓ ଏକ ଲୋଟା ଜଳରେ ମଧ୍ୟ ପ୍ରସନ୍ନ ହୋଇଥାଆନ୍ତି। ମାତ୍ର ଶିବରାତ୍ରୀ ଦିନ କିଛି ସ୍ୱତନ୍ତ୍ର ଭୋଗ ଅର୍ପଣ କରିବା ଦ୍ୱାରା ଭାଗ୍ୟରେ ସୁପରିବର୍ତ୍ତନ ଘଟିଥାଏ।
ଭଗବାନଙ୍କ ନିକଟରେ ଦୁଦୁରା ଫୁଲ ଓ ଭାଙ୍ଗ ମଧ୍ୟ ଅର୍ପଣ କରାଯାଏ। ଭୋଗରେ ଚିନି,କ୍ଷୀର,ବାଦାମ,କାଜୁ,ପିସ୍ତା,କେସରକୁ ମିଶ୍ରଣ କରି ଭଗବାନଙ୍କୁ ଅର୍ପଣ କରନ୍ତୁ।
କ୍ଷୀରରେ ପ୍ରସ୍ତୁତ ଖିରୀ ପ୍ରସ୍ତୁତ କରି ଭଗବାନଙ୍କୁ ଅର୍ପଣ କରିପାରିବେ।
ଭଗବାନ ନିକଟରେ ବିଭିନ୍ନ ପ୍ରକାର ଫଳ ଭୋଗ କରିପାରିବେ। ଏହାସହ ହାଲୱା ଭୋଗ ମଧ୍ୟ କରିପାରିବେ।
ପ୍ରଭୁଙ୍କୁ କ୍ଷୀର ଓ ଦହି ଅର୍ପଣ କରିବାର ବିଧି ରହିଛି। ତେବେ ଭଗବାନଙ୍କୁ ଦହି ଓ ଚିନି ମିଶ୍ରିତ ଲସୀ ମଧ୍ୟ ଭୋଗ କରିପାରିବେ।

Spread the love