୬ ବର୍ଷର ବାଳିକାକୁ ଯୌନ ଉତ୍ପୀଡ଼ନ ଘଟଣାରେ କ୍ରୋଧିତ ହେଲେ ମହେଶ ବାବୁ, କହିଲେ-‘ଝିଅମାନେ କେବେ ସୁରକ୍ଷିତ ରହିବେ?

ତେଲେଙ୍ଗାନା ୧୮/୦୯: ତେଲେଙ୍ଗାନାର ମାତ୍ର ୬ ବର୍ଷର ବାଳିକାକୁ ଯୌନ ନିର୍ଯାତନା ଘଟଣା ସମସ୍ତଙ୍କୁ ଥରାଇ ଦେଇଛି। ଯାହା ପରେ ସାଉଥ୍ ଫିଲ୍ମ ସୁପରଷ୍ଟାର ମହେଶ ବାବୁ କ୍ରୋଧିତ ହୋଇଯାଇଛନ୍ତି। ମହେଶ ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରି ପଚାରିଛନ୍ତି, “ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?”ମହେଶ ବାବୁ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ, ‘ସିଙ୍ଗାରେନି କଲୋନୀରେ ଜଣେ ୬ ବର୍ଷର ବାଳିକାଙ୍କ ବିରୋଧରେ ହୋଇଥିବା ଜଘନ୍ୟ ଅପରାଧ, ଏହା ସ୍ଣରଣ କରାଏ ଯେ ଏକ ସମାଜ ଭାବରେ ଆମେ କେତେ ତଳକୁ ଖସିଯାଇଛୁ। ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?, ଏହା ସର୍ବଦା ଏକ ଚିନ୍ତା କରିବା ପ୍ରଶ୍ନ। ପରିବାର ବର୍ତ୍ତମାନ କେଉଁ ପର୍ଯ୍ୟାୟ ଦେଇ ଗତି କରୁଥିବ କଳ୍ପନା କରି ହେବନାହିଁ।’

ଏହା ପରେ, ଅନ୍ୟ ଏକ ଟ୍ୱିଟରେ ସେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି, ମହେଶ ଲେଖିଛନ୍ତି, ‘ମୁଁ କର୍ତ୍ତୃପକ୍ଷଙ୍କୁ ନିବେଦନ କରୁଛି ଯେ ଏହି ଘଟଣାରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ, ପିଡିତା ଏବଂ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ। ‘ମହେଶ ବାବୁଙ୍କ ଏହି ଟୁଇଟ୍ ପରେ ଅନେକ ସେଲିବ୍ରିଟି ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତାମତ ଦେଉଛନ୍ତି। ନାବାଳିକାକୁ ଯୌନ ଶୋଷଣର ଏହି ଘଟଣା ସେପ୍ଟେମ୍ବର ୯ ର, ଯେତେବେଳେ ହାଇଦ୍ରାବାଦର ସିଙ୍ଗାରେନି କଲୋନୀର ଜଣେ ୬ ବର୍ଷର ବାଳିକା ଗତ ସପ୍ତାହରେ ନିଖୋଜ ହୋଇଯାଇଥିଲା। ପରେ ତାଙ୍କ ମୃତଦେହ ଏକ ନିର୍ଜନ ସ୍ଥାନରେ ମିଳିଥିଲ। ଏହି ଝିଅଟି ଜଣେ ଅଟୋ ଡ୍ରାଇଭରର ଝିଅ। ଏହି ମାମଲାରେ ପୋଲିସର ହାତ ଏବେବି ଖାଲି ଅଛି। ପୋଲିସ ଅଭିଯୁକ୍ତ ବିଷୟରେ ସୂଚନା ଦେବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।

ମହେଶ ବାବୁ ଦକ୍ଷିଣ ଚଳଚ୍ଚିତ୍ରର ଜଣେ ଜଣାଶୁଣା ତାରକା | ଆଜିକାଲି ସେ ତାଙ୍କ ଆଗାମୀ ଚଳଚ୍ଚିତ୍ର ସାର୍କରୁ ଭାରୀ ପାଟାରେ ବ୍ୟସ୍ତ ଅଛନ୍ତି, ଯେଉଁଥିରେ ଅଭିନେତ୍ରୀ କିର୍ତ୍ତୀ ସୁରେଶ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଛନ୍ତି ଏହି ଚଳଚ୍ଚିତ୍ରରେ ପର୍ଶୁରାମ ଏହି ନିର୍ଦ୍ଦେଶନା ଦେଉଛନ୍ତି।

Spread the love